ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଦେହ ଖରାପ ହେଲେ ରେଳବାଇ ଯୋଗାଇ ଦେବ ମେଡିକାଲ ସେବା!

ବେଳେବେଳେ ଟ୍ରେନ୍‌ ଯାତ୍ରା ସମୟରେ ଅନେକ ଲୋକ ଦେହ ଖରାପ ଯୋଗୁଁ ବହୁତ ଅସୁବିଧା ଭୋଗିଥାନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଏଣିକି ଟ୍ରେନ୍‌ଯାତ୍ରା ସମୟରେ ଦେହ ଖରାପ ହେଲେ ମେଡିକାଲ ସେବା ଯୋଗାଇ ଦେବା ପାଇଁ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ଏଥିପାଇଁ ଭାରତୀୟ ରେଳବାଇ ସମସ୍ତ ପ୍ରସ୍ତୁତି କରିସାରିଛି। ଅନେକ ଷ୍ଟେସନରେ ଏନେଇ କାମ ମଧ୍ୟ ଚାଲିଛି। ରେଳବାଇ ସମସ୍ତ ଟ୍ରେନରେ ଓ ଷ୍ଟେସନରେ ଏବେ ଜୀବନରକ୍ଷକ ଉପକରଣ, ଔଷଧ ଓ ଇଞ୍ଜେକସନ ଉପଲବ୍ଧ କରାଇବା ପାଇଁ ଯୋଜନା କରୁଛି ।

ମିଡ଼ିଆ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ ଡାକ୍ତରଙ୍କ ଏକ ସମିତି ଗଠନ କରିଛନ୍ତି। ଏହି ସମିତି ଟ୍ରେନରେ ଯାତ୍ରୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ଦରକାର ହେଉଥିବା ଉପକରଣ ବିଷୟରେ ତାଲିକା ଦେବ। ସମିତିର ରିପୋର୍ଟ ଅନୁସାରେ ଉପକରଣର ତାଲିକା ନେଇ ଚିକିତ୍ସା ଉପଲବ୍ଧ କରାଇବ ରେଳବାଇ। ଯାତ୍ରୀଙ୍କ ସୁବିଧା ଦୃଷ୍ଟରୁ ଏହି ସୁବିଧା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ ଜୟପୁର-କୋଟା ଟ୍ରେନରେ ହୃଦଘାତ ହେବା ଦ୍ୱାରା ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ବିଷୟରେ ଖବରକାଗଜରେ ଅନେକ ଖବର ଛପାଯାଇଥିଲା। ଏହି ଘଟଣା ପରେ ଟ୍ରେନ୍‌ରେ ମେଡିକାଲ ସୁବିଧା ଯୋଗାଇ ଦେବାକୁ ରେଳବାଇ ନିଷ୍ପତ୍ତି ନେଇଛି। ଏଣିକି ଭାରତୀୟ ରେଳବାଇ ଏହି ଚିକିତ୍ସା ଉପକରଣରେ ଡେଲିଭରି କିଟ୍‌ , ଅକ୍ସିଜେନ୍‌ ସିଲିଣ୍ଡର, ସିରିଞ୍ଜ, ଟାବଲେଟ୍‌ ସମସ୍ତ ପ୍ରକାର ପଟି ଯୋଗାଇ ଦେବ।

ସମ୍ବନ୍ଧିତ ଖବର