ଗରିବ ବାପା-ମା’ଙ୍କୁ ଧରି କାର୍ଯ୍ୟାଳୟରେ ପହଞ୍ଚିଲେ ଆଇଏଫଏସ ଅଧିକାରୀ, ଫଟୋ ସେୟାର କରି କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଦେଶରେ ଏମିତି ଅନେକ ପ୍ରଶାସନିକ ଅଧିକାରୀ ରହିଛନ୍ତି ଯାହା ଅନ୍ୟ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଥାଆନ୍ତି। ଏସବୁ ଭିତରେ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଜଣେ ଆଇଏଫଏସ ଅଧିକାରୀ ନିଜ ବାପା-ମା’ଙ୍କୁ ନିଜର କାର୍ଯ୍ୟାଳୟ ବୁଲାଇବାକୁ ନେଇଥିବା ଦେଖିବାକୁ ମିଳୁଛି।

ଏହି ଫଟୋକୁ ଆଇଏଫଏସ ଅଧିକାରୀ ଜଗଦିଶ ବାକନ ସେୟାର କରିଛନ୍ତି। ସେ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ‘ମୋର ବାପା-ମା’ କେବେ ବି ସ୍କୁଲ ଯାଇ ପାରି ନଥିଲେ। କିନ୍ତୁ ମୋ ପାଠ-ପଢ଼ାରେ କେବେ ହେଳା କରି ନାହାନ୍ତି। ତାଙ୍କର ଇଚ୍ଛା ଥିଲା କି ମୁଁ ଗାଁର ପ୍ରଥମ ଇଞ୍ଜିନିୟର ‌ହୁଏ। ପ୍ରଥମ ସରକାରୀ ଚାକିରିଆ ହୁଏ। ୟୁପିଏସସି କ୍ଲିୟର କ‌ରିବାର ପ୍ରଥମ ବ୍ୟକ୍ତି ହୁଏ। ସେ ପ୍ରଥମଥର ମୋର କାର୍ଯ୍ୟାଳୟ ଆସିଛନ୍ତି।

 

ଏହି ଫଟୋରେ ତାଙ୍କ ବାପା-ମା’ଙ୍କ ବିନମ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ପ୍ରକାଶିତ ରିପୋର୍ଟ ମୁତାବକ ଇଣ୍ଡିୟନ ଫରେଷ୍ଟ ସର୍ଭିସର ଅଧିକାରୀ ଜଗଦିଶ ବାକନ ୨୦୧୭ ବ୍ୟାଚ କ୍ୟାଣ୍ଡିଡେଟ ରହିଥିବା ବେଳେ ତାମିଲନାଡୁର ରାମନାଥପୁରମରେ ୱାଇଲ୍ଡଲାଇଫ ୱାର୍ଡେନ ଓ ଡିଏଫଓ ରହିଛନ୍ତି।

ତାଙ୍କ ସହିତ ମିଶିଥିବା ଲୋକଙ୍କ କହିବାନୁସାରେ, ସେ ଯେମିତି ଭଲ ଲୋକ, ତାଙ୍କ କାମ ବି ସେମିତି। ସେ ଲୋକଙ୍କ ଅସୁବିଧା ବୁଝି, ତାହାକୁ ସୁଚାରୁ ରୁପେ କରିଥାଆନ୍ତି।

 

ସମ୍ବନ୍ଧିତ ଖବର