ନିଜ ଝିଅକୁ କରୋନାରୁ ବଞ୍ଚାଇବା ପାଇଁ ଇନ୍ଦୋରରୁ ଆମେଥି ପାଦରେ ଚାଲି ଚାଲି ଆସିଲେ ମହିଳା

ଲ‌କ୍ଷ୍ନୌ: କରୋନା ଭାଇରସ୍‌ରୁ ନିଜ ପିଲାମାନଙ୍କୁ ସୁରକ୍ଷା ଦେବାକୁ ସବୁ ମାଆବାପାମାନେ ଏବେ ଟିକେ ଅଧିକ ସଚେତନ। ଲକ୍ଷ୍ନୌର ଜଣେ ମହିଳା ନିଜ ପିଲାକୁ ସୁରକ୍ଷା ଦେବା ସକାଶେ ମଧ୍ୟପ୍ରଦେଶର ଇନ୍ଦୋର ପରି ବିପଦପୂର୍ଣ୍ଣ ସ୍ଥାନରୁ ତାଙ୍କ ପିଲାମାନଙ୍କୁ ଆମେଥିକୁ କାନ୍ଧରେ ବୋହି ବୋହି ଆଣିଥିବା ଦେଖିବାକୁ ମିଳିଛି।

ଏହି ମହାନ ମାଆ ଜଣକ ହେଉଛନ୍ତି ରୁକ୍ସାନା ବାନୋ। ସେ ତାଙ୍କ ହାତରେ ବ୍ୟାଗ୍‌ ଧରି କାନ୍ଧରେ ନିଜର କୁନି ଝିଅକୁ ବୋହି  ଆମେଥିରୁ ଯାଉଥିବା ବେଳର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

CNN.com

ଇନ୍ଦୋର ପରି ସ୍ଥାନରେ କୁନି ଝିଅ ନର୍ଗିସ ରହିଲେ କାଳେ କରୋନା ଭାଇରସ୍‌ର ଶିକାର ହେବ ବୋଲି ଭୟ କରି ରୁସ୍କାନା ତ‌ାଙ୍କ ଝିଅକୁ ନେଇ ଆମେଥି ପଳାଇ ଆସିଥିବା ସୂଚନା ରହିଛି।

ସେ ଇନ୍ଦୋରରେ ଗୃହ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ମାସକୁ ୯ ହଜାର ଟଙ୍କାରେ ଘର ଚଳାନ୍ତି ରୁସ୍କାନା। ତ‌ାଙ୍କ ସ୍ବାମୀ ମଧ୍ୟ ସେଠାରେ ଏକ ଛୋଟମୋଟ କାମ କରୁଥିଲେ। ରୁସ୍କାନା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ମାତ୍ର ସେ ତାଙ୍କ ଝିଅକୁ ଉଚ୍ଛ ଶିକ୍ଷିତା କରିବାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର