ସଡ଼କରେ ଯାତ୍ରା କରିବାର ମଜା କିଛି ଅଲଗା ଥାଏ। ସାଙ୍ଗସାଥୀ ହୁଅନ୍ତୁ କିମ୍ବା ପରିବାର ସହ ଯାତ୍ରା, ସମସ୍ତଙ୍କ ପାଇଁ ଆଣିଦେଇଥାଏ ନିଆରା ଅନୁଭୂତି। କିନ୍ତୁ ଏହି ଯାତ୍ରା କରିବା ସମୟରେ କେବେ ଧ୍ୟାନ ଦେଇଛନ୍ତି କି ରାସ୍ତା କଡରେ ସ୍ଥାନେ ସ୍ଥାନେ ଗୋଟିଏ ଲେଖା ପଥର ପୋତାଯାଇଥାଏ। ସେଥିରେ ସ୍ଥାନର ନାମ ବ୍ୟତୀତ ଅନେକ ପ୍ରକାର ଚିହ୍ନ ଦେଖାଯାଏ। କେତେବେଳେ ଏହା ହଳଦିଆ ରଙ୍ଗର ଥାଏ ତ କେତେବେଳେ ଥାଏ ସବୁଜ ରଙ୍ଗର। ତେବେ ଏପରି ହେବାର କାରଣ କଣ ହୋଇଥାଇପାରେ ଆପଣ କେବେ ଭାବିନଥିବେ। କିନ୍ତୁ ଏହା ପଛରେ ଥାଏ ମହତ୍ୱପୂର୍ଣ କାରଣ। ଏବେ ନଜର ପକାନ୍ତୁ ରଙ୍ଗ ବଦଳୁଥିବା ପଥର ପଛର କାରଣ।
Sambad is now on WhatsApp
Join and get latest news updates delivered to you via WhatsApp
ହଳଦୀ ରଙ୍ଗ ଥିବା ପଥର : ଏପରି ପଥର ଦର୍ଶାଇଥାଏ ଯେ ଆପଣ ନ୍ୟାସନାଲ୍ ହାଇୱେରେ ଅଛନ୍ତି। ଏହି ହଳଦି ରଙ୍ଗ ଥିବା ପଥର କେବଳ ନ୍ୟାସନାଲ୍ ହାଇୱେରେ ହିଁ ଥାଏ।
ସବୁଜ ରଙ୍ଗର ପଥର : ଯଦି ଆପଣ କୌଣସି ରାସ୍ତାରେ ଯାଉଛନ୍ତି ଆଉ ଏହି ସମୟରେ ସବୁଜ ରଙ୍ଗ ଥିବା ପଥର ଦେଖୁଛନ୍ତି ଏହାର ଅର୍ଥ ହେଉଛି ଆପଣ ଷ୍ଟେଟ୍ ହାଇ ୱେରେ ଅଛନ୍ତି। ଏହି ସଡ଼କ ରାଜ୍ୟ ସରକାରଙ୍କ ଅଧୀନରେ ଆସିଥାଏ।
ନୀଳ ବା କଳା ରଙ୍ଗର ପଥର : ଏପରି ପଥର ଦର୍ଶାଇଥାଏ ଆପଣ କୌଣସି ବଡ଼ ସହର କିମ୍ବା ଜିଲ୍ଲାରେ ଯାତ୍ରା କରୁଛନ୍ତିି। ଅର୍ଥାତ ଏହି ସଡ଼କ କୌଣସି ଜିଲ୍ଲା ଅଧୀନରେ ଆସିଥାଏ।
କମଳା ରଙ୍ଗର ପଥର : ଯେଉଁ ସଡ଼କକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଇଥାଏ ସେଠାରେ କମଳା ରଙ୍ଗ ଥିବା ପଥର ଆପଣ ଦେଖିପାରିବେ।