ବଢୁଛି କି ଭାଇଚାରା? ହିନ୍ଦୁ ଭାଇ ହାତରେ ରାକ୍ଷୀ ବାନ୍ଧି ଉଦାହରଣ ସୃଷ୍ଟି କଲେ ଏହି ମୁସଲ୍‌ମାନ ଭଉଣୀ!

କାନପୁର: କମୁଛି ବାଦବିବାଦ, ବଢୁଛି ଭାଇଚାରା। ଉତ୍ତରପ୍ରଦେଶର କାନପୁରଠାରେ ଘଟିଛି ଏକ ସକାରାତ୍ମକ ଘଟଣା। ୟୁପିର କାନପର ଜିଲ୍ଲାସ୍ଥିତ ନୂଆବସ୍ତା ଅଞ୍ଚଳର ମୁସଲ୍‌ମାନ ପରିବାରର ଝିଅ ଜଣେ ହିନ୍ଦୁ ଭାଇଙ୍କୁ ରାକ୍ଷୀ ବାନ୍ଧି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମହିଳା ଜଣକ ପ୍ରତିବର୍ଷ ରାକ୍ଷୀରେ ତାଙ୍କ ହିନ୍ଦୁ ଭାଇଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନରେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଯେଉଁ ସବୁ ରୀତି ପାଳନ କରାଯାଏ ସେ ସବୁ ପାଳନ କରନ୍ତି ଏହି ଭଉଣୀ ଜଣକ।

ଏହି ବିରଳ ଉଦାହରଣ ସୃଷ୍ଟିକାରୀ ସାବିୟା ଖାନ୍‌ କହନ୍ତି, ‘ ହିନ୍ଦୁ ଭାଇମାନଙ୍କୁ ଆମ ପରିବାରର ଲୋକେ ଅନେକ ବର୍ଷ ହେବ ରାକ୍ଷୀ ବାନ୍ଧି ଆସୁଛନ୍ତି। ଏହି ପ୍ରଥା ଆମକୁ ଏକ ଅପୂର୍ବ ଆନନ୍ଦ ପ୍ରଦାନ କରୁଛି।’ ଏପରିକି ରାକ୍ଷୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ଭାଇଚାରା ଉପରେ ଗୁରୁତ୍ୱ ଦେଇ ଟୁଇଟର୍‌ରେ ଏକ ପୋଷ୍ଟ ଲେଖିଛନ୍ତି।

ଉଲ୍ଳେଖଯୋଗ୍ୟ, କେରଳ ବନ୍ୟାରେ ମୁସଲମାନ ପଡ଼ୋଶୀମାନେ ଇଦ୍‌ ପ୍ରାର୍ଥନା କରିବାକୁ ଜାଗା ନପାଇବାରୁ ହିନ୍ଦୁମାନେ ସେମାନଙ୍କ ପ୍ରାର୍ଥନା ସକାଶେ ନିଜର ମନ୍ଦିର ଦ୍ୱାର ଖୋଲି ଦେବା ଘଟଣା ଆପଣଙ୍କର ମନେ ଥିବ ନିଶ୍ଚୟ।

ସମ୍ବନ୍ଧିତ ଖବର