ଆଗାମୀ ବର୍ଷ ମାର୍କେଟରେ ମିଳିବ ପତଞ୍ଜଳି ଜିନ୍‌ସ ସହ ପାରମ୍ପରିକ ପୋଷାକ!

ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆଗାମୀ ବର୍ଷ ଗାରମେଣ୍ଟ କାରବାର ଆରମ୍ଭ କରିବାକୁ ଯାଉଛି। ୨୦୧୯ରେ ଆରମ୍ଭ ହେବ ପତଞ୍ଜଳୀ ଜିନ୍‌ସ ଓ ଏଥିନିକ୍‌ ୱେୟାରର ବିକ୍ରି। ମାର୍କେଟରେ ମିଳିବ ପତଞ୍ଜଳି ଜିନ୍‌ସ ସହ ପାରମ୍ପରିକ ପୋଷାକ। ଆଗାମୀ ବର୍ଷ ଗାରମେଂଟ୍‌ କାରବାର ଆରମ୍ଭ କରିବାକୁ ଯାଉଥିବା ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଘୋଷଣା କରିଛି।

ପୂର୍ବରୁ ପତଞ୍ଜଳିର ଖାଦ୍ୟ ପଦାର୍ଥ, ବିୟୁଟି ପ୍ରଡକ୍ଟ, ସାମ୍ପୋ ଇତ୍ୟାଦି ବଜାରରେ ବେଶ୍‌ ଲୋକପ୍ରିୟ ହୋଇଛି। ଆଉ ଏବେ ପତଞ୍ଜଳି କମ୍ପାନୀର ପୋଷାକ ମାର୍କେଟକୁ ଆସିବ ବୋଲି ଶୁଣାଯାଉଛି। ବିଜ୍ଞାପନ ଏଜେନ୍‌ସି ଆସୋସିଏସନ ଅଫ ଇଣ୍ଡିଆ ତରଫରୁ ଆୟୋଜନ କରାଯାଇଥିବା ଗୋଆ ଫେଷ୍ଟ-୨୦୧୮ରେ ଯୋଗଦେଇଥିବା ଅବସରରେ ଏମିତି କିଛି ସୂଚନା ଦେଇଛନ୍ତି ବାବା ରାମଦେବ।

Photo by : scroll.in

ଗୋଆରେ ଏହି ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାମଦେବ କହିଛନ୍ତି ଯେ ୨୦୧୯ ମସିହା ବେଳକୁ ବଜାରରେ ପତଞ୍ଜଳି କମ୍ପାନୀର ପୋଷାକ ମିଳିବ। ଜାକେଟ, ଜିନ୍‌ସ ଭଳି ଆଧୁନିକ ଶୈଳୀର ପୋଷାକ ସହ ପତଞ୍ଜଳି ବ୍ରାଣ୍ଡର ପାରମ୍ପରିକ ପୋଷାକ ମଧ୍ୟ ମିଳିବ। ସବୁ ବର୍ଗର ଲୋକଙ୍କ ପାଇଁ ଏହି କମ୍ପାନୀ ପୋଷାକ ତିଆରି କରିବ। ବିଶେଷ କରି ବିଭିନ୍ନ ଖେଳ ପାଇଁ ବ୍ୟବହାର ହେଉଥିବା ପୋଷାକ ମଧ୍ୟ ପତଞ୍ଜଳି ତିଆରି କରିବା ମଧ୍ୟ ସୂଚନା ରହିଛି ।

ଇ-କମର୍ସ କ୍ଷେତ୍ରରେ ପାଦ ଥାପିଥିବା କମ୍ପାନୀ ପତଞ୍ଜଳି ଭାରତରେ ବେଶ୍‌ ଲୋକପ୍ରିୟ। ଏହି ଅନୁସାରେ ବର୍ଷକୁ ବର୍ଷ କମ୍ପାନୀର ଟର୍ଣ୍ଣଓଭର ମଧ୍ୟ ବଢିବାରେ ଲାଗିଛି । ଆଉ ଆଶା କରାଯାଉଛି ଯଦି ୨୦୧୯ ମସିହା ସୁଦ୍ଧା ଗାର୍ମେଣ୍ଟ ବ୍ୟବସାୟ କ୍ଷେତ୍ରରେ ବାବା ରାମଦେବଙ୍କ କମ୍ପାନୀ ପାଦ ରଖେ ତେବେ ଏହାର ବ୍ୟବସାୟ ଆହୁରି ବଢିବା ସହ କମ୍ପାନୀର ଟର୍ଣ୍ଣଓଭର ମଧ୍ୟ ବଢିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର