ଜୀବନ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ; ଟ୍ରେନ୍‌ ଦୁର୍ଘଟଣାରୁ ମହିଳାଙ୍କୁ ଆର୍‌ପିଏଫ୍‌ କର୍ମଚାରୀ ଉଦ୍ଧାର କରିବା ପରେ ଟୁଇଟ୍‌ କଲା ରେଳବାଇ

ନୂଆଦିଲ୍ଲୀ: ଜଣେ ମହିଳା ଶନିବାର ଟ୍ରେନ୍‌ ଚଢ଼ିବା ବେଳେ ଦୁର୍ଘଟଣାର ସାମ୍ନା କରିବାକୁ ଯାଉଥିବା ବେଳେ କିଛି ଆର୍‌ପିଏଫ୍‌ କର୍ମଚାରୀ ତାଙ୍କ ଜୀବନ ବଞ୍ଚାଇ ଚାରିଆଡ଼େ ଚର୍ଚ୍ଚିତ ପାଲଟିଛନ୍ତି। ଏ ନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ଭିିଡିଓ ସେୟାର୍‌ କରାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିିଳା ଜଣକ ଏକ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ସେତିକି ବେଳେ ନିୟନ୍ତ୍ରଣ ହରାଇ ସେ ତଳେ ପଡ଼ି ଟ୍ରେନ୍‌ ଫ୍ଲାଟ୍‌ଫର୍ମରେ ଅଟକି ଯାଉଛନ୍ତି। ଆରପିଏଫ୍ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ରକ୍ଷା କରୁଛନ୍ତି।

ଏହି ସମୟର ଭିଡିଓକୁ ଟୁଇଟ୍‌ କରି ରେଳ ମନ୍ତ୍ରାଳୟ ଲେଖିଛି, ‘ଜୀବନ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ। ଏହା ବହୁମୂଲ୍ୟ ଅଟେ। ସେ ଖୁବ୍‌ ଭାଗ୍ୟଶାଳୀ ଯେ ଆରପିଏଫ କର୍ମଚାରୀଙ୍କ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ହେତୁ  ଆଜି ଉଦ୍ଧାର ପାଇଗଲେ। ଚଳନ୍ତା ଟ୍ରେନ୍‌ରେ ଚଢ଼ିବା କି ଓହ୍ଲାଇବା କାମ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ସୁରକ୍ଷିତ ରୁହନ୍ତୁ।’

ସମ୍ବନ୍ଧିତ ଖବର