୭ ପତ୍ନୀ ଓ ୯ ପିଲାଙ୍କୁ ଗୋଟାଏ ଛାତ ତଳେ ରଖିଛନ୍ତି; ସ୍ତ୍ରୀମାନଙ୍କ ସଂପର୍କରେ ଏପରି କହିଲେ ନଟାପୋଙ୍ଗ୍‌ ଛବଲେମ୍

ନୂଆଦିଲ୍ଳୀ: ଜଣେ ବ୍ୟକ୍ତିଙ୍କର ୭ ଜଣ ପତ୍ନୀ ଥିବା କାରଣରୁ ସେ ସୋସିଆଲ୍‌ ମିଡିଆରେ ଅଧିକାଂଶ ସମୟ‌ରେ ଚର୍ଚ୍ଚା ପାଲଟି ଥାଆନ୍ତି। ତାଙ୍କର ଅନେକ ପିଲା ବି ଅଛନ୍ତି। ତେବେ ସେ କାହିଁକି ଏପରି ଅନେକ ବିବାହ କରିଛନ୍ତି ତାହାର କାରଣ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ୭ ଜଣ ପତ୍ନୀଙ୍କ ସ୍ବାମୀ ନଟାପୋଙ୍ଗ୍‌ ଛବଲେମ୍। ସେ ବୃତ୍ତିରେ ଜଣେ ସେଲ୍‌ସମ୍ୟାନ।

ନଟାପୋଙ୍ଗ୍‌ଙ୍କ କହିବା କଥା ହେଉଛି ତାଙ୍କ ଭଲପାଇବାରେ ଏପରି ସ୍ବତନ୍ତ୍ରତା ଅଛି ‌‌ଯେ ତାଙ୍କ ପ୍ରତି ମହିଳା ସହଜରେ ଆକର୍ଷିତ ହୋଇଥାନ୍ତି। ତେବେ ସେ ତାଙ୍କ ପତ୍ନୀମାନଙ୍କ ସହ ଭିନ୍ନ ଭିନ୍ନ ଉପାୟରେ ଦେଖା ହୋଇଥିଲେ। କାହାକୁ ବନ୍ଧୁଙ୍କ ଜରିଆରେ, କାହାକୁ ବାହାଘର ସମାରୋହରେ ତ ପୁଣି କାହା ସହ ସୋସିଆଲ୍‌ ସାଇଟ୍‌ରେ ଯୋଡ଼ି ହୋଇଥିବା ବେଳେ ସେ ସମସ୍ତଙ୍କୁ ଏବେ ବିବାହ କରି ସାରିଛନ୍ତି।

 

ଅନ୍ତର୍ଜାଜୀୟ ପତ୍ରିକା ‘ଦ ସନ୍‌’ର ରିପୋର୍ଟ ମୁତାବକ, ନଟାପୋଙ୍ଗ୍‌ଙ୍କର ସମୁଦାୟ ୯ ଜଣ ପିଲା ଅଛନ୍ତି। ସେ ନିଜ ପରିବାର ସହ ଥାଇଲାଣ୍ଡ୍‌ର ନାଖୋମ ପ୍ରାନ୍ତରେ ରହନ୍ତି। ତାଙ୍କ କହିବା କଥା ହେଉଛି, ‘‘ମୁଁ ସମସ୍ତଙ୍କ ସହ ଫ୍ଲର୍ଟ କରେ। ମୋତେ ଲୁଚେଇବା ପସନ୍ଦ ନୁହେଁ। ମୋ ପାଖରେ ଏପରି କିଛି ଗୁଣ ଅଛି ଯେ ମହିଳାମାନେ ସହଜରେ ଆକର୍ଷିତ ହୋଇଥାନ୍ତି। ମୁଁ ବିଭିନ୍ନ ମହିଳାଙ୍କ ସହ ଲୁଚି ଲୁଚି ସଂପର୍କ ରଖେନାହିଁ। ମୁଁ ସତ କହେ, ମୋତେ ମିଛ କହିବା ପସନ୍ଦ ନୁହେଁ। ସେଥିପାଇଁ ମୁଁ ସମସ୍ତଙ୍କୁ ଗୋଟାଏ ଜାଗ‌ାରେ ରଖିଛି। ମୋ ସବୁ ପତ୍ନୀଙ୍କ ବ୍ୟବହାର ଭଲ। ଭଲ ଭ‌ାବେ ରହନ୍ତି। ପିଲାଳିଆମୀ କରନ୍ତିନି କେହି ବି। ସେଥିପାଇଁ ମୋର କୌଣସି ଚିନ୍ତା ନାହିଁ।’’

ସମ୍ବନ୍ଧିତ ଖବର