ଯକୃତ, ପାକସ୍ଥଳୀ ଓ ହୃତ୍‌ପିଣ୍ଡ କେଉଁ ବି ଅଙ୍ଗ ନଥିଲା ଉଚିତ ସ୍ଥାନରେ: ଏପରି ଏକ ସାଂଘାତିକ ଅବସ୍ଥାରେ ୯୯ ବର୍ଷ ବଞ୍ଚି ରେକର୍ଡ କଲେ ଏହି ମହିଳା

ଓ୍ଵାଶିଂଟନ: ଆମେରିକାର ଜଣେ ବୃଦ୍ଧା ଏକ ସାଂଘାତିକ ବେମାରର ଶିକାର ହୋଇଥିବା ସତ୍ତ୍ୱେ ୯୯ ବର୍ଷ ଜୀବନ ଜୀଇଁ ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଦୀର୍ଘ ଦିନ ଧରି ଏକ ମାରାତ୍ମକ ରୋଗରେ ପଡ଼ିଥିଲେ ବି ତାଙ୍କୁ କିମ୍ବା ତାଙ୍କ ପରିବାର ଲୋକଙ୍କୁ ଏ ସଂପର୍କରେ ଟିକେ ବି ଆଭାସ ମିଳିନଥିଲା। ବୃଦ୍ଧାଙ୍କ ଶରୀର ଭିତରର ଅନେକଗୁଡ଼ିଏ ଅଙ୍ଗ ଉଚିତ ସ୍ଥାନରେ ନଥିଲା। ଶରୀର ଭିତରେ ଅଙ୍ଗ ଏପଟ ସେପଟ ହୋଇ ରହିବା ଏକ ଜୀବନ ନେବା ପରି ବେମାରୀ। ପ୍ରତି ୨୨ ହଜାର ଜଣଙ୍କ ଭିତରେ ଜଣେ ଏପରି ରୋଗୀ ଜନ୍ମ ଲାଭ କରିଥାନ୍ତି।

ବୃଦ୍ଧା ଜଣକ ଏପରି ଏକ ବିରଳ ରୋଗରେ ପୀଡ଼ିତ ବୋଲି ୨୦୧୮ ମସିହାରେ ଓରେଗାଓଁ ହେଲ୍‌ତ ଆଣ୍ଡ୍‌ ସାଇନ୍ସ ୟୁନିଭରସିଟି(ଓଏଚ୍‌ଏସ୍‌ୟୁ)ର ଗବେଷକମାନେ ଜାଣିବାକୁ ପାଇଲେ। ଗତକାଲି ରିଲିଜ୍‌ ହୋଇଥିବା ଏକ ପ୍ରେସ୍‌ନୋଟ୍‌ରେ ଗବେଷକମାନେ ରୋଜି ମେରି ବେଣ୍ଟଲିଙ୍କର ଏହି ବିରଳ ରୋଗ ସଂପର୍କରେ ଉଲ୍ଲେଖ କରିଛନ୍ତି।

ବେଣ୍ଟ୍‌ଲି ଯେଉଁ ରୋଗରେ ଆକ୍ରାନ୍ତ ଥିଲେ ତାକୁ କୁହାଯାଉଛି ‘ସିତୁସ୍‌ ଇନ୍‌ଭେର୍‌ସସ୍‌ ଉଇଥ୍‌ ଲୋଭୋକାର୍ଡିଆ’। ଏହି ରୋଗ କାରଣରୁ ବେଣ୍ଟ୍‌ଲିଙ୍କ ଯତ୍କତ, ପେଟ ଓ ପେଟର ଅଙ୍ଗଗୁଡ଼ିକ ଡାହାଣ ପାର୍ଶ୍ୱରେ ଥିବା ବେଳେ ହାର୍ଟ ବାଁ ପାର୍ଶ୍ୱରେ ରହିଥିଲା। ଏପରି ଏକ ରୋଗ ନେଇ ଏତେ ବର୍ଷ ବଞ୍ଚିବାରେ ବେଣ୍ଟ୍‌ଲି ହେଉଛନ୍ତି ପ୍ରଥମ। ପୂର୍ବରୁ ଦୁଇ ଜଣ ସର୍ବାଧିକ ୭୦ ବର୍ଷ ବଞ୍ଚିଥିଲେ ଏହି ରୋଗରେ ପୀଡ଼ିତ ହୋଇ ମଧ୍ୟ।

ସମ୍ବନ୍ଧିତ ଖବର