ସୁଷମା ସ୍ୱରାଜ ବଞ୍ଚିଥିଲେ ଆଜି ସବୁଜ ରଂଗର ଶାଢ଼ି ପିନ୍ଧିଥାନ୍ତେ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଗତ କାଲି ମୃତ୍ୟୁ ବରଣ କରିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ଆଜି ବଞ୍ଚିଥିଲେ ସବୁଜ ରଂଗର ଶାଢ଼ି ପିନ୍ଧିଥାନ୍ତେ। ଲୋକମାନଙ୍କ ମନ୍ତ୍ରୀ ବୋଲାଉଥିବା ସୁଷମା କେବଳ ତାଙ୍କ ପରିଚାଳନା ଦକ୍ଷତା ପାଇଁ ନୁହେଁ ବରଂ ତାଙ୍କ ସାପ୍ତାହିକ ପୋଷାକ ରୁଟିନ୍‌ ପାଇଁ ବି ବେଶ୍‌ ଜଣାଶୁଣା।

ସୁଷମା ପ୍ରତି ବାରରେ ଭିନ୍ନ ରଂଗର ପୋଷାକ ପରିଧାନ କରିଥାନ୍ତି। ସେ ସୋମବାର ଧଳା ନଚେତ୍‌ ଘିଅ ରଂଗର ପୋଷାକ ପିନ୍ଧିଥାନ୍ତି। ସେହିପରି ମଙ୍ଗଳବାର ନାଲି କିମ୍ବା ଖଇରିଆ ରଂଗର ପୋଷାକ ପିନ୍ଧିଥାନ୍ତି। ବୁଧବାର ସୁଷମା ସବୁଜ ରଂଗର ପୋଷାକ ପିନ୍ଧୁଥିବା ବେଳେ ଗୁରୁବାର ହଳଦିଆ ପିନ୍ଧନ୍ତି ଓ ଶୁକ୍ରବାର ବାଇଗଣୀ ରଂଗର ପୋଷାକ ପରିଧାନ କରିଥାନ୍ତି। ଶେଷରେ ଶନିବାର ନୀଳ ରଂଗର ପୋଷାକ ପିନ୍ଧିଥାନ୍ତି।

ରଂଗକୁ ନେଇ ସୁଷମା କରିଥିବା ଏହି ନିୟମ ରବିବାର ଲାଗୁ ହୋଇନଥାଏ। ରବିବାର ଦିନ ସେ ମନ ଇଚ୍ଛା ପୋଷାକ ପରିଧାନ କରିଥାନ୍ତି। ତେବେ, ସୁଷମାଙ୍କର ଏହି ରଂଗ ନିୟମ ପଛରେ ସେପରି କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ତାଙ୍କୁ ଭଲ ଲାଗେ ବୋଲି ସେ ଏପରି କରିଥାନ୍ତି।

ସମ୍ବନ୍ଧିତ ଖବର