ମନ୍ଦିର ସାମ୍ନାରେ ଭକ୍ତଙ୍କ ହାତରୁ ସରବତ ପିଉଛି ଶୋଷିଲା ଭାଲୁ

ନୂଆଦିଲ୍ଲୀ: ଭାଲୁ ଏକ ହିଂସ୍ର ଜନ୍ତୁ । ସେ ମଣିଷ ତ ମଣିଷ ଆଖି ସାମ୍ନାରେ ପଶୁଙ୍କୁ ଦେଖିଲେ ବି ଆକ୍ରମଣ କରିବାକୁ ଦୌଡ଼ି ଆସିଥାଏ। ଏଥିପାଇଁ ପଶୁ ସମେତ ମଣିଷ ବି ଭାଲୁ ଠାରୁ  ଦୂରେଇ ରହିଥାଏ।

ନିକଟରେ ସୋସିଆଲ ମିଡିଆରେ ଭାଲୁକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଭାଲୁ ‌କାହା ଉପରେ ଆକ୍ରମଣ କରୁ ନାହିଁ, ବରଂ ଜଣେ ମଣିଷ ହାତରୁ ସବବତ ପିଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ହୋଇଥିବା ଏହି ଭିଡିଓରେ କୁହାଯାଇଛି ଯେ, ଏକ ଭାଲୁ ଖାଦ୍ୟ ଖୋଜି ଖୋଜି ଜଙ୍ଗଲରୁ ଜନବସତି ସ୍ଥାନକୁ ଚାଲି ଆସିଛି। ଏପରି ଭାବେ ସେ ଏକ ମନ୍ଦିର ପରିସରରେ ଆସି ପହଞ୍ଚି ଯାଇଛି। ଭାଲୁକୁ ମନ୍ଦିର ସାମ୍ନାରେ ଦେଖି ଲୋକେ ଠେଲାଠେଲି ହୋଇ ଘଟଣାସ୍ଥଳରୁ ଚାଲି ଯାଇଥିବା ବେଳେ ଜଣେ ଭକ୍ତ ଭାଲୁ ପାଖକୁ ଆସିଥିଲେ। ଆଉ ହାତରେ ଏକ ସରବତ ବୋତଲ ଧରି ଭାଲୁକୁ ପିଆଇ ଥିଲେ। ଭାଲୁ ବି ସରବତର ମଜା ନେଇ ମଣିଷ ହାତରୁ ଆରାମରେ ପିଇଥିଲା। ଭାଲୁକୁ ଦେଖି ଲାଗୁଛି ସେ ବୋଧ ହୁଏ ଶୋଷିଲା ଥିଲା।

 

ଏହି ଭିଡିଓଟି ରାମ ଭକ୍ତ ୮୨୭ ନାମକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯାହାକୁ ଏଯାବତ ୪୬୭,୫୪୭ ଲାଇକ୍ସ ମିଳିଛି। ଏହି ଭିଡିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ଭାଲୁ ଏପରି ଶାନ୍ତ ଭାବେ ମନ୍ଦିର ସାମ୍ନାରେ ଜଣେ ମଣିଷ ହାତରୁ କିପରି ସବବତ ପିଉଛି ବିଶ୍ବାସ କରି ହେଉନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର