ଯେଉଁ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବାକୁ ଯାଉଥିଲା, ସିଏ ଦୋକାନରେ ବସି ଚା’ ପିଉଥିଲେ ! ଗ୍ରାମବାସୀ ଆଶ୍ଚର୍ଯ୍ୟ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଦେବରିୟାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ କୋଟୱାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦେଇଥିଲା।

ଆଶ୍ଚର୍ଯ୍ୟର କଥା, କିଛି ସମୟ ପରେ ଜଣାପଡ଼ିଲା କି ପୁଲିସ ଯାହାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ସେ ଦୋକାନ ସାମ୍ନାରେ ବସି ଚା’ ପିଉଥିଲେ।

ସଲେମପୁର କୋଟୱାଲି ଅଞ୍ଚଳରେ ଧନୌତି ରେଲୱେ କ୍ରସିଂ ନିକଟରେ ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟଲୋକେ ସଲେମପୁର ସିଏଚସିକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ଉକ୍ତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିହ୍ନି ଶ୍ରୀନଗରରେ ଫୁଲେଶ୍ବର ବୋଲି କହିଥିଲେ।

पुलिस ने लावारिस शव का पोस्टमॉर्टम होने से रुकवाया.

ଏହାପରେ ପୁଲିସ ଫୁଲେଶ୍ବରଙ୍କ ଘରକୁ ଏ ଖବର ପହଞ୍ଚାଇ ଦେଇଥିଲା। ଖବର ପାଇ ଫୁଲେଶ୍ବରଙ୍କ ପରିବାର ଲୋକ କାନ୍ଦବୋବାଳି ଆରମ୍ଭ କରିଥିବା ବେଳେ ପୁଅ ରବୀନ୍ଦ୍ର କିଛି ଲୋକଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ରବୀନ୍ଦ୍ର ନିଜ ବାପାଙ୍କୁ ଚିହ୍ନିଥିଲେ। ଏହାପରେ କୋଟୱାଲି ପୁଲିସ ବ୍ୟବଚ୍ଛେଦ ପାଇଁ ଫୁଲେଶ୍ବରଙ୍କୁ ପଠାଇ ଦେଇଥିଲା।

ଏହି ସମୟରେ ଫୁଲେଶ୍ବରଙ୍କୁ ଏକ ଦୋକାନରେ ଚା’ ପିଉଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସେମାନେ ଘଟଣା ସମ୍ପର୍କରେ ସମସ୍ତ ସୂଚନା ଫୁଲେଶ୍ବରଙ୍କୁ ଦେଇଥିଲେ। ଏହାପରେ ଫୁଲେଶ୍ବର ପୁଅ ରବୀନ୍ଦ୍ରଙ୍କୁ ଭିଡିଓ କଲ କରି କଥା ହୋଇଥିଲେ। ବାପାଙ୍କୁ କଥା ହେଉଥିବା ଦେଖି ପୁଅ ବିଶ୍ବାସ କରି ପାରି ନଥିଲ। ପରେ ଜଣାପଡ଼ିଲା କି ମୃତଦେହ ଚିହ୍ନଟ ଭୁଲ ହୋଇଥିଲା।

ସମ୍ବନ୍ଧିତ ଖବର