ଏଣିକି ଯେତେବେଳେ ମନ ହେବ ମାଲିକ ସହ କଥା ହୋଇପାରିବେ ପୋଷା କୁକୁର

ନୂଆଦିଲ୍ଲୀ: ଆଜିର ଯୁଗରେ ମୋବାଇଲର ବ୍ୟବହାର ଅନେକ ମାତ୍ରାରେ ବଢିଯାଇଛି । ପିଲାଠୁ ବୁଢା ସମସ୍ତଙ୍କ ହତରେ ମୋବାଇଲ୍ ଦେଖିବାକୁ ମିଳୁଛି । ଆଉ ଏବେ କୁକୁରଙ୍କ ପାଇଁ ଫୋନ୍ ବାହାର କରିଛନ୍ତି ବୈଜ୍ଞାନିକମାନେ । କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଣିକି ଯେତେବେଳେ ମନ ହେବ ମାଲିକ ସହ କଥା ହୋଇପାରିବେ ପୋଷା କୁକୁର ।

ବୈଜ୍ଞାନିକମାନେ ଏକ ପ୍ରୋଟଟାଇପ ଡଗଫୋନ୍ ଡିଭାଇସ ତିଆରି କରିଛନ୍ତି । ଏହି ଡିଭାଇସଟି ଦେଖିବାକୁ ବଲପରି । ଏହି ଡିଭାଇସ ଗତିବିଧି ଉପରେ ନଜର ରଖିବା ସହ କମ୍ପ୍ୟୁଟରରେ କନେକ୍ଟ ହୋଇପାରିବ । ଏଥିରେ ଭିଡିଓ କଲର ବ୍ୟବସ୍ଥା ମଧ୍ୟ ରହିଛି । ଏହି ଡିଭାଇସଟିକୁ ୟୁନିଭରସିଟି ଅଫ୍ ଗ୍ଲାସଗୋର ଡ. ଇଲିୟାନା ତାଙ୍କ ସାଥୀଙ୍କ ସହ ମିଶି ତିଆରି କରିଛନ୍ତି ।

ଜ୍ୟାକ୍ ନାମକ ୧୦ ବର୍ଷିୟ କୁକୁର ପାଇଁ ଇଲିୟାନା ଏହି ଡିଭାଇସଟି ତିଆରି କରିଛନ୍ତି । ଜ୍ୟାକକୁ ଏହି ଡିଭାଇସ ଇଲିୟାନା ସେତେବେଳେ ଦେଇଥିଲେ, ଯେତେବେଳେ ଇଲିୟାନା ୧୬ ଦିନ ପାଇଁ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ । ଇଲିୟାନା ଦେଖିବାକୁ ପାଇଥିଲେ ଜ୍ୟାକ୍ ୧୬ଦିନ ମଧ୍ୟରେ ଅନେକ ଥର ଇଲିୟାନାଙ୍କ ପାଖକୁ କଲ କରିଥିଲା । ଆଉ ଭିଡିଓ କଲରେ ଇଲିୟାନାଙ୍କୁ ଦେଖି ଖୁସି ହୋଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ପୋଷା କୁକୁର ବି ବାହାରେ ଥିବା ମାଲିକକୁ ମନେପକାନ୍ତି ଏବଂ ତାଙ୍କ ସହ କଥା ହେବାକୁ ଚାହାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଲିୟାନା ଆହୁରି ଉନ୍ନତମାନର ପ୍ରୋଟଟାଇପ ଡଗଫୋନ୍ ତିଆରି କରିବା ପାଇଁ ରିସର୍ଚ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର