ସଜେଇ ହେଇଥିବା କନ୍ୟାକୁ ସୁଇମିଂ ପୁଲ୍‌ ଭିତରକୁ ଫୋପାଡ଼ି ଦେଲେ ବନ୍ଧୁ

ନୂଆଦିଲ୍ଲୀ: ନିଜ ମେକ୍‌ଅପ୍‌କୁ ଖରାପ ନକରିବାକୁ କନ୍ୟା ବେଶରେ ସଜ୍ଜିତ ହୋଇଥିବା ଯୁବତୀମାନେ ନିଜ ଲୁହକୁ ରୋକିପାରନ୍ତି। ଥରେ ଭାବିଲେ ଯଦି କନ୍ୟା ବେଶରେ ସଜ୍ଜିତ ହୋଇଥିବା କେଉଁ ଝିଅ ମୁହଁକୁ ପାଣି ଫିଙ୍ଗାଯାଏ? ପାଣି ଫିଙ୍ଗିବା ତ ଅତି ଛୋଟ କଥା, ଜଣେ କନ୍ୟାଙ୍କୁ ତାଙ୍କ ବନ୍ଧୁମାନେ ମେକ୍‌ଅପ୍‌ ପରେ ସୁଇମିଂ ପୁଲ୍‌କୁ ଫୋପାଡ଼ି ଦେଉଥିବାର ଏକ ଭିଡିଓ ଦେଖିବାକୁ ମିଳିଛି। ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି।

ତେବେ ଆପଣ ଭାବୁଥିବେ ଭିଡିଓଟି ନିଶ୍ଚୟ ବାହା ଦିନରେ। ମାତ୍ର ନା, ଏହା ହେଉଛି ଯୁବତୀଙ୍କ ହଳଦୀ ଦିନର। ଯୁବତୀ ଜଣକ ତାଙ୍କ ହଳଦୀ ଉତ୍ସବରେ ସାଜସଜା ହୋଇଥିବା ବେଳେ ତାଙ୍କ ବନ୍ଧୁମାନେ ତାଙ୍କୁ ସୁଇମିଂ ପୁଲ୍‌କୁ ଫିଙ୍ଗି ଦେଉଥିବାର ଦେଖିବାକୁ ମିଳିଛି।

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଏହା ଏକଦମ୍‌ ମଜାକ ଅନ୍ଦାଜରେ ହୋଇଛି। ଭାଇରାଲ୍‌ ଭିଡିଓରେ ଦୃଶ୍ୟମାନ ହୋଇଥିବା ଯୁବତୀ ଜଣକ କୃର୍ତ୍ତିକା ଖୁରାନା। ସେ ୟୁଟ୍ୟୁବ୍‌ରେ ଖୁବ୍ ଲୋକପ୍ରିୟ। ତାଙ୍କର ସା‌ଢ଼େ ଛଅ ଲକ୍ଷରୁ ଅଧିକ ସବସ୍କ୍ରାଇବର୍‌ ଅଛନ୍ତି।

କୃର୍ତ୍ତିକା ଫେସନ ଡିଜାଇନିଂରେ ଗ୍ରାଜୁଏସନ୍‌ କରିଛନ୍ତି। ସେ ପୋଷାକ, କେଶବିନ୍ୟାଶ ଓ ଭ୍ରମଣ ଆଦି ବିଷୟରେ ଭିଡିଓ ବନାନ୍ତି। ଏହି ସବୁ ଭିଡିଓକୁ ଲୋକେ ଖୁବ୍ ପସନ୍ଦ ବି କରନ୍ତି।

କୃର୍ତ୍ତିକା ଖୁରାନା ତାଙ୍କର ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ତାଙ୍କ ବନ୍ଧୁମାନେ ସୁଇମିଂ ପୁଲ୍‌ରେ ଫିଙ୍ଗୁଥିବା ଦେଖିବାକୁ ମିଳଛି।

 

ସମ୍ବନ୍ଧିତ ଖବର