ମଜୁରିଆ ଭାବେ କାମ କରୁଥିବା ମହିଳା ଗଢ଼ିଲେ ବ୍ୟାଣ୍ଡ୍‌ : ପ୍ରଥମେ ବିରୋଧ, ପରେ ସଫଳତା

ଏକଦା ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ବିହାରର କିଛି ମହିଳାଙ୍କର ରୋଜଗାର ଏବେ ଦିନକୁ ଏକ ହଜାରରୁ ବାର ଶହ ଟଙ୍କା। ସମସ୍ତେ ଧୀବରା ଗାଁର ବାସିନ୍ଦା, ମହାଦଳିତ ବର୍ଗର। ‘ମହିଳା ଡ୍ରମ୍‌ ବ୍ୟାଣ୍ଡ୍‌’ ଗଠନ କରି ଉତ୍ସବରେ ପ୍ରଦର୍ଶନ କରୁଛନ୍ତି। ଏମାନଙ୍କ ଆର୍ଥିକ ସ୍ଥିତି ମଜଭୁତ ହେଉଛି। ତୀବ୍ର ଜାତିବାଦ ଓ ପାରିବାରିକ କଟକଣା ଭାଙ୍ଗି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ବ୍ୟାଣ୍ଡ୍‌ର ନେତ୍ରୀ ସବିତା ଦେବୀ।

ruralindiaonline.org

୨୦୧୨ରେ ଷୋହଳ ଜଣଙ୍କୁ ନେଇ ଦଳ ଗଠନ କରିଥିଲେ ସରଗମ୍‌ ମହିଳା ବ୍ୟାଣ୍ଡ୍‌ । ଆଗକୁ ବଢ଼ିବା ଏତେ ସହଜ ନ ଥିଲା। ଡ୍ରମ୍‌ ବଜାଇବା ପୁରୁଷଙ୍କୁ ଅସହ୍ୟ ହେଲା। ବିରୋଧ ଓ ସାମାଜିକ ନିନ୍ଦା ସହି ନ ପାରି ଛଅ ଜଣ ଛାଡ଼ିଦେଲେ। ଏହି ସମୟରେ ସାହସ ଦେଇଥିଲେ ‘ନାରୀ ଗୁଞ୍ଜନ ସଂସ୍ଥା’ ନାମକ ଏକ ବେସରକାରୀ ଅନୁଷ୍ଠାନର ସାମାଜିକ କର୍ମୀ ସୁଧା ଭର୍ଗିଜ। ସୁଧାଙ୍କ ଯୋଗୁଁ ବ୍ୟାଣ୍ଡ୍‌ ବଜାଇ ଅର୍ଥ ରୋଜଗାର କରିବା, ଏବେ ଏହି ମହିଳାଙ୍କ ନିୟମିତ ବୃତ୍ତିରେ ପରିଣତ ହୋଇଛି। ନିଜ ବର୍ଗର ଅନ୍ୟ ମହିଳାଙ୍କ ପାଇଁ ଏମାନେ ଆଦର୍ଶ ଓ ପ୍ରେରଣା। ଆର୍ଥିକ ଭାବେ ସଶକ୍ତ ହେବା ଏବଂ ସ୍ୱତନ୍ତ୍ର ସମାଜିକ ପରିଚୟ ସୃଷ୍ଟିରେ ବ୍ୟାଣ୍ଡ୍‌ର ଭୂମିକା ମହତ୍ତ୍ୱପୂର୍ଣ୍ଣର୍ ବୋଲି ସବିତା କହନ୍ତି। ବ୍ୟାଣ୍ଡ୍‌ର ଚାହିଦା ଓ ଲୋକପ୍ରିୟତା ବଢ଼ୁଛି। ପ୍ରଥମେ ଜଣ ପିଛା ଦିନକୁ ପାଞ୍ଚ ଶହ ଟଙ୍କା ମିଳୁଥିବା ବେଳେ ଏବେ ଏକ ହଜାର ଟଙ୍କାରୁ ଅଧିକ ମିଳୁଛି।

ସମ୍ବନ୍ଧିତ ଖବର