ଭାରତରେ ରହିଛି ବିଶ୍ବର ପ୍ରଥମ ଶାକାହରୀ ସହର

ନୂଆଦିଲ୍ଲୀ: ଭାରତ ଏପରି ଏକ ଦେଶ ଯାହା ନିଜର ସଂସ୍କୃତି ଓ ସଭ୍ୟତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଛି। ବିଶେଷକରି ସନାତନ ହିନ୍ଦୁ ଧର୍ମ ସହ ଜଡିତ ପରମ୍ପରା ଭାରତକୁ ସ୍ୱତନ୍ତ୍ର କରିଥାଏ। ବିଶେଷ କରି ଭାରତରେ ଏଭଳି ଅନେକ ବିଶେଷତା ରହିଛି ଯାହା ଆମ ଦେଶକୁ ଅନ୍ୟ ଦେଶମାନଙ୍କଠାରୁ ପୃଥକ୍‌ କରିଥାଏ। ତେବେ ସେଭଳି ଏକ ସହର ହେଉଛି ଗୁଜୁରାଟର ପାଲିତାନା। ଗୁଜୁରାଟର ପାଲିତାନା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହାର ସ୍ୱତନ୍ତ୍ରତା ହେଉଛି ଏହା ଏକ ଶାକାହାରୀ ସହର (ଭେଜିଟେରିଆନ୍‌ ସିଟି)। ଏହା ଦୁନିଆର ପ୍ରଥମ ସହର ଯାହା ସମ୍ପୂର୍ଣ୍ଣ ଶାକାହାରୀ। ଏଠାରେ ପଶୁମାନଙ୍କୁ ହତ୍ୟା କରିବା ନିଷେଧ ଏବଂ ଏଠାରେ ମାଂସାହାରୀ ଖାଦ୍ୟ ବିକ୍ରୟ ଉପରେ ମଧ୍ୟ କଟକଣା ଲଗାଯାଇଛି।

ଏହି ସହରକୁ ବୌଦ୍ଧ ଧର୍ମର ମୁଖ୍ୟ ସ୍ଥଳ ଭାବରେ ବିବେଚନା କରାଯାଏ। ଏଠାରେ ଗୋଟିଏ ପର୍ବତ ଉପରେ ପ୍ରାୟ ୯୦୦ଟି ମନ୍ଦିର ମଧ୍ୟ ରହିଛି। ଯାହା ବିଶ୍ବ ରେକର୍ଡ ହାସଲ କରିଛି। ବିଶ୍ବର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଦର୍ଶନ ପାଇଁ ଏଠାକୁ ଆସନ୍ତି। ଏହା ଜୈନ ସମ୍ପ୍ରଦାୟର ସବୁଠାରୁ ପବିତ୍ର ତୀର୍ଥସ୍ଥାନ ହେବା ସହିତ ଦୁନିଆର ସବୁଠୁ ବଡ ମନ୍ଦିର ବେଢା ଭାବେ ପରିଚିତି ଲାଭ କରିଛି।

ପାଲିତାନା ସହର ଏକ ଶାକାହାରୀ ସହର ହେବା ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି। ବାସ୍ତବରେ, ୨୦୧୪ ମସିହାରେ ସରକାର ଏହି ଅଞ୍ଚଳରେ ପଶୁ ହତ୍ୟାକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିଥିଲେ। ସେବେଠାରୁ ଏଠାରେ ପଶୁମାନଙ୍କୁ ହତ୍ୟା କରିବା ନିଷେଧ। ବହୁ ସଂଖ୍ୟାରେ ଜୈନ ଧର୍ମର ଅନୁଗାମୀମାନେ ପାଲିତାନାରେ ରହନ୍ତି। ଏଠାରେ ମାଂସ ଏବଂ ପଶୁ ହତ୍ୟା ଉପରେ ନିଷେଧାଦେଶ ଲଗାଇବାକୁ ସେମାନେ ସରକାରଙ୍କୁ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ। ଏଥିପାଇଁ ପ୍ରାୟ ୨୦୦ରୁ ଅଧିକ ସାଧୁସନ୍ଥ ଅନଶନ କରି ବିରୋଧ କରିଥିଲେ। ସେମାନେ ଏଭଳି ସର୍ତ୍ତ ମଧ୍ୟ ରଖିଥିଲେ ଯେ ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ସେମାନେ ସମସ୍ତେ ନିଜ ଶରୀର ତ୍ୟାଗ କରିବେ। ଏହା ପରେ, ୨୦୧୪ରେ, ସରକାର ଏହି ସହରରେ ପଶୁ ମାରିବା ଏବଂ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ହିଁ ଗୁଜରାଟର ପାଲିତାନା ସହର ବିଶ୍ୱର ପ୍ରଥମ ଶାକାହାରୀ ସହରର ମାନ୍ୟତା ପାଇଥିଲା।

ସମ୍ବନ୍ଧିତ ଖବର