ଦୁବାଇ ମାରାଥନ୍‌ରେ ୧ ବର୍ଷୀୟ ଓଡ଼ିଆ

ଭୁବନେଶ୍ବର: ଶୁକ୍ରବାର ଦୁବାଇ ମାରାଥନରେ ସଫଳତାର ସହ ଦୌଡ଼ି ୧ ବର୍ଷୀୟ ଓଡ଼ିଶାର ବିସ୍ମୟ ଶିଶୁ ରୢାନ୍‌ (ମାଷ୍ଟର ସମ୍ଭବ ସ୍ବାଭିମାନ) ନୂଆ କୀର୍ତ୍ତିମାନ କରିଛନ୍ତି। ଭାରତର ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏକ ମାରାଥନରେ ଭାଗନେବା ଏବଂ ଫିନିସର୍‌ ବ୍ୟାଜ୍‌ ଅର୍ଜନ କରିବାରେ ସେ ବିରଳ କୃତିତ୍ବ ଅର୍ଜନ କରିଛନ୍ତି। ଏହି ମାରାଥନରେ ରୢାନଙ୍କ ପିତାମାତା ଅଜୟ ନନ୍ଦ ଏବଂ ଲୋପାମୁଦ୍ରା ନନ୍ଦ ମଧ୍ୟ ସଫଳତାର ସହ ଫିନିସ୍‌ କରିଥିଲେ। ଏହି ଦମ୍ପତ୍ତି ମଧ୍ୟ ଫିନିସର୍ ପଦକ ଅର୍ଜନ କରିଥିଲେ। ଓଡ଼ିଶାର ଜଣେ ଜଣାଶୁଣା ସାଇକ୍ଲିଷ୍ଟ୍‌ ଅଜୟ ନନ୍ଦ ଉଲ୍ଲେଖନୀୟ ଭାବେ ୫ ଘଣ୍ଟା ୨୬ ମିନିଟ୍‌ ସମୟ ନେଇଥିଲେ। ମାତ୍ର ୪ ମାସର ହୋଇଥିବା ବେଳେ ରୢାନ୍‌ ଗତବର୍ଷ ଏସ୍‌ବିଆଇ ଗ୍ରିନ୍ ମାରାଥନ୍‌ରେ ଭାଗ ନେଇଥିବା ପିତାମାତାଙ୍କୁ ପିଛା କରିଥିଲେ। ଏବେ ନିଜେ ଅନ୍ତର୍ଜାତୀୟ ପଦାର୍ପଣ କରି ବିସ୍ମୟ ବାଳକର ଖ୍ୟାତି ଅର୍ଜନ କରିବା ସହ ଭବିଷ୍ୟତର ଆଶା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର