ଜଣେ ପ୍ରଶଂସକ ହୋଇ ଟି-୨୦ ବିଶ୍ୱକପ୍‌ରେ ଧୋନିଙ୍କ ଖେଳ ଦେଖିବାକୁ ଚାହୁଁଛି : କପିଲ ଦେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ୧୯୮୩ରେ ବିଶ୍ୱକପ୍‌ ଜିତାଇଥିବା କପିଲ ଦେବ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଖେଳକୁ ଜଣେ ପ୍ରଶଂସକ ଭାବେ ଦେଖିବେ ବୋଲି କହିଛନ୍ତି। କିନ୍ତୁ ଜଣେ କ୍ରିକେଟର ଭାବେ ଦେଖିଲେ ଲାଗୁଛି କି ଏହା ସବୁ ମ୍ୟାନେଜମେଣ୍ଟ ଉପରେ ନିର୍ଭର କରୁଛି। ଧୋନି ପାଖାପାଖି ୧ବର୍ଷ ହେବ ଖେଳି ନାହାନ୍ତି। ତେଣୁ ଧୋନିଙ୍କୁ ଟିମ୍‌ରେ ରହିବାକୁ ହେଲେ ଆହୁରି କିଛି ମ୍ୟାଚ ଖେଳିବାକୁ ହେବ । ଅନ୍ୟଥା ଅନ୍ୟ ଖେଳାଳିଙ୍କ ସହ ଅନ୍ୟାୟ କରିଲା ଭଳି ଲାଗିବ। ସମସ୍ତଙ୍କ ପାଇଁ ସମାନ ମାପଦଣ୍ଡ ହେବା ଦରକାର, ଅନ୍ୟ ଖେଳାଳିଙ୍କ ପାଇଁ ଅଲଗା ଅଲଗା ମାପଦଣ୍ଡ ହେବା ଠିକ୍‌ ନୁହେଁ ବୋଲି କପିଲ ଦେବ କହିଛନ୍ତି।

ଧୋନି ୨୦୧୯ ବିଶ୍ୱ କପ୍‌ ସେମିଫାଇନାଲ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି। ୨୦୧୯ ଜୁଲାଇରେ ସେ କ୍ରିକେଟରୁ ବିଶ୍ରାମ ନେଇଥିଲେ। ଶେଷଥର ପାଇଁ ୨୦୧୯ ଫେବ୍ରୁଆରିରେ ବେଙ୍ଗାଲୁରୁ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟି-୨୦ ମ୍ୟାଚ ଖେଳିଥିଲେ। ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର ଏହି ସିଜନ ପାଇଁ ଧୋନିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

Image result for As his fan, would love to see MS Dhoni play in T20 World Cup: Kapil Dev

Cricketnmore କପିଲ ଦେବ କହିଛନ୍ତି, ‘ଆଇପିଏଲରେ କେବଳ ଧୋନି ନୁହେଁ, ବହୁ ଯୁବ ଖେଳାଳିଙ୍କ ଉପରେ ମୋର ଧ୍ୟାନ ରହିବ।  ଆଇପିଏଲ୍‌ରେ ଏମିତି  ଖେଳାଳିଙ୍କ ଉପରେ ନଜର ରହିବ, ଯିଏକି ଆଗାମୀ ୧୦ବର୍ଷ ଲାଗି ଭାରତୀୟ ଦଳ ପାଇଁ ଖେଳି ପାରୁଥିବେ। ଧୋନି ଦେଶପାଇଁ ବହୁ କିଛି କରି ସାରିଛନ୍ତି। ମୁଁ ତାଙ୍କର ଜଣେ ପ୍ରଶଂସକ ଭାବେ ଟି-୨୦ ବିଶ୍ୱ କପ୍‌ରେ ତାଙ୍କର ଖେଳ ଦେଖିବାକୁ ଚାହୁଁଛି। ସେ ତାଙ୍କର ଖେଳର ଶେଷ ସମୟରେ ଅଛନ୍ତି। ତେଣୁ ସେ ଯାହା ବି ଖେଳିବେ ମୁଁ ଖୁସି ଅନୁଭବ କରିବି।’

ସମ୍ବନ୍ଧିତ ଖବର