ଏଟିପି ଫାଇନାଲ୍ସ ସେମିରେ ଜୋକୋଭିକ-ଭେରେଭ

ତୁରିନ: ଏଠାରେ ଚାଲିଥିବା ଏଟିପି ଫାଇନାଲ୍ସର ସେମିଫାଇନାଲ୍‌ରେ ସର୍ବିୟା ତାରକା ନୋଭାକ ଜୋକୋଭିକଙ୍କୁ ଭେଟିବେ ଜର୍ମାନିର ଆଲେକ୍‌ଜାଣ୍ଡର ଭେରେଭ। ଗୁରୁବାର ରେଡ୍‌ ଗ୍ରୁପ୍‌ର ଏକ ମ୍ୟାଚ୍‌ରେ ‌ଭେରେଭ ୬-୨, ୬-୪ ସେଟ୍‌ରେ ହୁବର୍ତ ହୁର୍କାଜଙ୍କୁ ହରାଇଥିଲେ। ଫଳରେ ସେ ୩ ମ୍ୟାଚ୍‌ରୁ ୨ ବିଜୟ ସହ ଏହି ସ୍ଥାନ ପକ୍କା କରିଥିଲେ।

ଏହି ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ରୁଷିଆର ଡାନିଲ୍‌ ମେଦଭେଦେଭ ୬-୦, ୬-୭, ୭-୬ ସେଟ୍‌ରେ ଜାନିକ ସିନରଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ସେମିଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବା ପୂର୍ବ ବିଜେତା ମେ‌ଦଭେଦେଭ ଏହି ବିଜୟ ସହ ଅପରାଜେୟ ରହିଛନ୍ତି। ସେମିଫାଇନାଲ୍‌ରେ‌ ସେ କାସ୍‌ପର ରୁଡଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର