କୋଲକାତା: ୨୫୩ ରନ୍ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଓପନର ହିଲଟନ୍ ଓ ଡାଭିଡ଼ ଓ୍ଵାର୍ଣ୍ଣରକୁ ହରାଇଛି। ହିଲଟନ୍ କେଟରାଇଟ(୧) ୧୫ଟି ବଲ ଖେଳି ଭୁବନେଶ୍ୱର କୁମାରଙ୍କ ବଲ ଖେଲିବାକୁ ଯାଇ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ, ୯ଟି ବଲ ଖେଳି ଓ୍ଵାର୍ଣ୍ଣର(୧) ଭୁବନେଶ୍ୱର କୁମାରଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ ଦେଇଥିଲେ।
ରିପୋର୍ଟ ଲେଖାଯିବା ବେଳକୁ ଅଧିନାୟକ ଷ୍ଟିଭେନ ସ୍ମିଥ (୧୬) ତ୍ରାଭିସ ହେଡ୍ (୧୫) କ୍ରିଜରେ ଅଛନ୍ତି। ଅଷ୍ଟ୍ରେଲିଆ ୭.୫ଓଭରରେ ୩୫ ରନ୍ ସଂଗ୍ରହ କରି ୨ଟି ଓ୍ଵିକେଟ ହରାଇଛି।
ପୂର୍ବରୁ ଆଜିଙ୍କ୍ୟ ରାହାଣେ ଓ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ଭାଗିଦାରୀ(୧୦୨ ରନ୍) ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ବିରୋଧରେ ସମସ୍ତ ଓ୍ଵିକେଟ ହରାଇ ୨୫୨ ରନ୍ ସଂଗ୍ରହ କରିଛି। କୋଲକାତାର ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ଟି ଦିନିକିଆ ଶୃଙ୍ଖଳାର ୨ୟ ଦିବା-ରାତ୍ର ମ୍ୟାଚରେ ଗୁରୁବାର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବିରାଟ ବାହିନୀ। ଅଷ୍ଟ୍ରେଲିକୁ ମ୍ୟାଚ ବିଜୟ ପାଇଁ ୨୫୩ରନ୍ ଲକ୍ଷ୍ୟ ମିଳିଛି।