ବାରବାଟୀ ଦିନିକିଆ: ଦୁଇ ଦଳ ଦାୟିତ୍ବରେ ଦୁଇ ସରୋଜ

କଟକ: ବାରବାଟୀ ଦିନିକିଆ ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ସ୍ଥାନୀୟ ପ୍ରବନ୍ଧକ ଭାବେ ଦୁଇ ସରୋଜଙ୍କୁ ଦାୟିତ୍ବ ଦିଆଯାଇଛି। ଭାରତ ସହ ପ୍ରଥମ ଥର ପାଇଁ ନୂଆପଡ଼ା ଜିଲ୍ଲା କ୍ରିକେଟ୍‌ ସ˚ଘର ସମ୍ପାଦକ ସରୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ଦାୟିତ୍ବରେ ନବରଙ୍ଗପୁର ଜିଲ୍ଲାର ଏମ୍‌ ବାଲାକ୍ରୀଷ୍ଣା ରାଓ ରହିଆସୁଥିଲେ। ଦୀର୍ଘ ୧୪ ବର୍ଷ ଧରି ବିଭିନ୍ନ ଆନ୍ତର୍ଜାତିକ ଓ ଆଇପିଏଲ୍‌ ମ୍ୟାଚ୍‌ ବେଳେ ସ୍ଥାନୀୟ ପ୍ରବନ୍ଧକ ଭୂମିକାରେ ରହିଆସୁଥିବା ବାଲାକ୍ରୀଷ୍ଣାଙ୍କୁ ଏଥର ବିରତି ଦିଆଯାଇଛି। ତେବେ ସବୁଥର ଭଳି ଏଥର ମଧ୍ୟ ୱେଷ୍ଟ୍‌ଇଣ୍ଡିଜ୍‌ ସହ ସରୋଜ ରଂଜନ କରଙ୍କୁ ଦାୟିତ୍ବ ମିଳିଛି। କ୍ରିକେଟ୍‌ରେ ରୁଚି ରଖୁଥିବା ସରୋଜ ସାହୁ ଓ ସରୋଜ କର ଏବେ ଆନ୍ତର୍ଜାତିକ ଦାୟିତ୍ବକୁ ନେଇ ଉତ୍ସାହିତ ଅଛନ୍ତି। ସରୋଜ ସାହୁଙ୍କ କହିବାନୁସାରେ, ପ୍ରଥମ ଥର ପାଇଁ ସ˚ପୂର୍ଣ୍ଣ ଦଳର ନିକଟତର ହେବାକୁ ସୁଯୋଗ ଆସିଛି। ଦଳର ୫ ଦିନର ରହଣି ମଧ୍ୟରେ ସାମର୍ଥ୍ୟ ଅନୁସାରେ କୌଣସି ଖେଳାଳିଙ୍କୁ ନିରାଶ ହେବାକୁ ସୁଯୋଗ ଦେବିନି। ସେମାନେ ଆମ ପାଇଁ ଅତିଥି ଭାବେ ଆସୁଛନ୍ତି। ତେଣୁ ତାଙ୍କର ଆତିଥ୍ୟରେ କୌଣସି କମ୍‌ ହେବାକୁ ଦିଆଯିବନି। ଏଥିସହିତ ଗୋଟିଏ ଭଲ ଅଭିଜ୍ଞତା ପାଇବାକୁ ସେ ଅପେକ୍ଷାରେ ଥିବା ସରୋଜ ସାହୁ କହିଛନ୍ତି। ସେହିପରି ସରୋଜ କରଙ୍କ ମତରେ, ଯଦିଓ ଏହି ଦାୟିତ୍ବ ତାଙ୍କ ପାଇଁ ନୂଆ ନୁହେଁ, ତଥାପି ତାଙ୍କ କର୍ତ୍ତବ୍ୟରେ କୌଣସି ତ୍ରୁଟି ହେବାକୁ ଦେବେନାହିଁ। ନିଶାରେ ଜଣେ କ୍ରିକେଟ୍‌ ସ˚ଗ୍ରାହକ ହୋଇଥିବାରୁ ଏହି ମ୍ୟାଚ୍‌ରୁ ମଧ୍ୟ ଅନେକ କିଛି ସ୍ମୃତି ସ˚ଗ୍ରହ କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର