ବାରିଷ୍ଟର ରଣଜିତ ମହାନ୍ତି ସ୍ମାରକୀ ଆଇନଜୀବୀ କ୍ରିକେଟ ଉଦ୍‌ଘାଟିତ

କଟକ: ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନ ଦ୍ବାରା ବାରିଷ୍ଟର ରଣଜିତ ମହାନ୍ତି ସ୍ମାରକୀ ଅଲ୍ ଓଡ଼ିଶା ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତା ସନସାଇନ୍ ପଡ଼ିଆରେ ଆରମ୍ଭ ହୋଇଛି। ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଦିବସରେ ବାଲେଶ୍ବର ବାର୍ ଆସୋସିଏସନ ଓ ଢେଙ୍କାନାଳ ବାର ଆସୋସିଏସନ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ବାଲେଶ୍ବର ବାର୍ ଆସୋସିଏସନ ବିଜୟୀ ହୋଇଥିଲା।

ବାଲେଶ୍ବର ବାର୍ ଆସୋସିଏସନର ଅଧିନାୟକ ସୁଶୀଲ ଦତ୍ତଙ୍କୁ ଶ୍ରେଷ୍ଠ ଖେଳାଳି ଏବଂ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଢେଙ୍କାନାଳ ବାର୍ ଆସୋସିଏସନର ବିକାଶ ପଟ୍ଟନାୟକଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ବୋର୍ଡ ଅଫ୍ ରେଭିନ୍ୟୁ ବାର୍ ଆସୋସିଏସନର ସଭାପତି ଦେବାଶିଷ ପାଣିଗ୍ରାହୀ ଓ ସମ୍ପାଦକ ଜ୍ଞାନେନ୍ଦ୍ର ପରିଡ଼ା ପରିଚାଳନା କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ସଂଘର ସଦସ୍ୟ ଜ୍ଞାନ ରଞ୍ଜନ ପଟ୍ଟନାୟକ, ଶୁଭେନ୍ଦୁ ନାୟକ, ଅଶୋକ ଷଡ଼ଙ୍ଗୀ, ସୁଜିତ୍ ସ୍ୱାଇଁ, ସୁଭାଶିଷ ପ୍ରିୟଦର୍ଶୀ, ସଂଗ୍ରାମ ସାହୁ, ରାଜକୁମାର ସୂତାର, ରାଜ କିଶୋର ବେହେରା, ବିକ୍ରମ ସାହୁ, ଦିଲ୍ଲୀପ ପାଲିତ୍, ଦୀପକ ପ୍ରଧାନ, ସୟଦ ମେହେବୁବ୍ ଅଲ୍ଲୀ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ବହୁ ଆଇନଜୀବୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର