ବିସି ରଏ ଟ୍ରଫି, ସେମିରେ ହାରିଲା ଓଡ଼ିଶା

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ବିସି ରଏ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଗୁରୁବାର ସେମିଫାଇନାଲ୍‌ରେ ପଞ୍ଜାବ ୩-୦ ଗୋଲ୍‌ରେ ଓଡ଼ିଶାକୁ ହରାଇଛି। ପ୍ରଥମାର୍ଧରେ କୌଣସି ଗୋଲ୍‌ ହୋଇନଥିଲା ବେଳେ ଦ୍ବିତୀୟାର୍ଧରେ ତରୁଣ ସ୍ଲାଥିଆ (୫୪ ଓ ୯୦ ମିନିଟ୍‌) ଦୁଇଟି ଏବ˚ ଇନ୍ଦରବୀର ସି˚ହ (ଅତିରିକ୍ତ ୫ ମିନିଟ୍‌ରେ) ଗୋଟିଏ ଗୋଲ୍‌ ଦେଇ ଓଡ଼ିଶାକୁ ହରାଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ଲିଗ୍‌ ପର୍ଯ୍ୟାୟରେ କର୍ଣ୍ଣାଟକଠୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିଲା ବେଳେ ଉତ୍ତରପ୍ରଦେଶକୁ ୧-୦ ଓ ମଧ୍ୟପ୍ରଦେଶକୁ ୫-୧ ଗୋଲ୍‌ରେ ହରାଇଥିଲା। ଶୁକ୍ରବାର ବେଙ୍ଗଲ ଓ ମିଜୋରାମ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର