ୱର୍ଣ୍ଣଙ୍କ ପ୍ରକୋଷ୍ଠ ଚଟାଣ ଏବଂ ଗାଧୁଆ ଟା‌ୱେଲରେ ରକ୍ତ ଛିଟା

କୋସାମି (ଥାଇଲାଣ୍ଡ): ଅଷ୍ଟ୍ରେଲୀୟ ସ୍ପିନ୍ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କର ଅଚାନକ ଓ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା ବେଳେ ଥାଇଲାଣ୍ଡ ପୁଲିସ ରବିବାର ଏହି ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି। ୫୨ବର୍ଷୀୟ ୱର୍ଣ୍ଣ ଛୁଟି କଟାଉଥିଲା ବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟଛି ବୋଲି କହିଥିବା ଥାଇ ପୁଲିସ ତାଙ୍କ ହୋଟେଲ ପ୍ରକୋଷ୍ଠ ଚଟାଣ ଏବଂ ଗାଧୁଆ ଟାୱେଲରୁ ରକ୍ତ ଛିଟା ମିଳିଥିବା ଏବେ ପ୍ରକାଶ କରିଛନ୍ତି। ସ୍ଥାନୀୟ ପୁଲିସ କହିଛି ଯେ ୱର୍ଣ୍ଣଙ୍କ ପ୍ରକୋଷ୍ଠରେ ପ୍ରଚୁର ରକ୍ତ ଛିଟା ଦେଖିବାକୁ ମିଳିଥିଲା। ୱର୍ଣ୍ଣଙ୍କ ବନ୍ଧୁମାନେ ଯେତେବେଳେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ସେତେବେଳେ ତାଙ୍କ ପାଟିରୁ ରକ୍ତ ବାହରି ଥିଲା। ତେବେ ତାଙ୍କ ମୃତ୍ୟୁ ହୃଦ୍‌ଘାତରୁ ହୋଇଛି। ଏଥିରେ କୌଣସି ସଂଶୟ କିମ୍ବା ସନ୍ଦେହ ନାହିଁ ବୋଲି ମଧ୍ୟ ପୁଲିସ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର