ବୀରେନ୍ଦ୍ରଙ୍କୁ ପୁତ୍ର ସନ୍ତାନ

ଭୁବନେଶ୍ୱର: ଭାରତୀୟ ହକି ଦଳର ପ୍ରାଚୀର ଭାବେ ଉଭା ହୋଇଥିବା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ବୁଧବାର ମିଳିଛି ପୁତ୍ର ସନ୍ତାନ। ଭୁବନେଶ୍ୱର କଳିଙ୍ଗ ହସ୍‌ପିଟାଲ୍‌ରେ ତାଙ୍କ ପତ୍ନୀ ରଶ୍ମିତା କେର୍‌କେଟା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଚଳିତ ବର୍ଷ ଜାନୁଆରିରେ ବୀରେନ୍ଦ୍ର ତାଙ୍କ ପିଲାଦିନର ବାଂଧବୀ ରଶ୍ମିିତାଙ୍କ ମଧ୍ୟରେ ଝାର୍‌ସୁଗୁଡ଼ାର ଆର୍ନୋଲ୍ଡ ଚର୍ଚରେ ବିବାହ ହୋଇଥିଲା। ଭାରତୀୟ ଦଳର ନିୟମିତ ସଦସ୍ୟ ୨୭ ବର୍ଷୀୟ ବୀରେନ୍ଦ୍ର ଅଦ୍ୟାବଧି ୭୧ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଥିବା ବେଳେ ୨୦୧୪ରେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ (ଇଞ୍ଚିଅନ୍‌) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ (ଗ୍ଲାସ୍‌ଗୋ) ପଦକ ଜିତିଥିଲେ। ୨୦୧୨ରେ ସୁଲତାନ ଆଜଲାନ୍‌ ସାହା କପ୍‌ ଏବଂ ୨୦୧୫ରେ ବିଶ୍ୱ ହକି ଲିଗ୍‌ରେ କାଂସ୍ୟ ପଦକ ଜିତିବାର ଗୌରବ ମଧ୍ୟ ପାଇଛନ୍ତି। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସରେ ଖେଳିଥିଲେ ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ସରୁ ଆହତ କାରଣୁର ବଞ୍ଚିତ ରହିଥିଲେ।

ସମ୍ବନ୍ଧିତ ଖବର