ଚହଲ-ଧନଶ୍ରୀଙ୍କ ରୋକା ଉତ୍ସବ

ନୂଆଦିଲ୍ଲୀ: ଭାରତୟ କ୍ରିକେଟ୍ ଦଳର ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ବାଂଧବୀ କୋରିଓଗ୍ରାଫର୍‌ ଧନଶ୍ରୀ ବର୍ମାଙ୍କ ବିବାହ ନିଶ୍ଚିତ ହୋଇଛି। ଶନିବାର ଉଭୟଙ୍କ ପରିବାର ଉପସ୍ଥିତିରେ ରୋକା ଉତ୍ସବ ସମ୍ପନ୍ନ ହେବା ପରେ ଏହା ଜଣାପଡିଛି। ଉଭୟ ପରସ୍ପରକୁ ‘ହଁ’ କହିବା ପରେ ଭବିଷ୍ୟତରେ ବିବାହ କରିବା ଲାଗି ପାରିବାରିକ ସ୍ବୀକୃତି ପାଇଯାଇଛନ୍ତି। ପାରମ୍ପରିକ ପୋଷାକରେ ଥିବା ଏକ ମିଳିତ ଫଟୋକୁ ଟ୍ବିଟ୍‌ କରି ଚହଲ ନିଜେ ଏହା ସ୍ପଷ୍ଟ କରିଛନ୍ତି।

ଚହଲ ଏବେ ଆଇପିଏଲ୍‌-୧୩ ପାଇଁ ପ୍ରସ୍ତୁତିରେ ମଧ୍ୟ ରହିଛନ୍ତି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ୟୁଏଇରେ ଖେଳାଯିବ। ଚହଲ ଆର୍‌ସିବି ଦଳ ସହ ରହିଛନ୍ତି। ‌ଶେଷ ଥର ପାଇଁ ଚହଲ ଚଳିତ ବର୍ଷ ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଖେଳିଥିଲେ। ୩୦ ବର୍ଷୀୟ ଚହଲ ଅଦ୍ୟାବଧି ଭାରତ ପାଇଁ ୫୨ ଦିନିକିଆ ଓ ୪୨ ଟି-୨୦ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି।

ସମ୍ବନ୍ଧିତ ଖବର