ସିଲି ପଏଣ୍ଟ୍‌ : ଝିଅର ‘ଆରତି’ ଦେଖି ଟିଭି ଭାଙ୍ଗିଥିଲେ ଆଫ୍ରିଦି

କରାଚି: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କର ଏକ ପୁରୁଣା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଟିଭିରେ ‘ଆରତି’ ଦୃଶ୍ୟ ଦେଖି ଆଫ୍ରିଦିଙ୍କ ଝିଅ ତାକୁ ଅନୁକରଣ କରୁଥିଲେ। ଏହା ଦେଖି ଆଫ୍ରିଦି ରାଗିଯାଇ ଟିଭିକୁ ଭାଙ୍ଗିଦେଇଥିଲେ। ଭାଇରାଲ ହେଇଥିବା ଭିଡିଓରେ ଆଫ୍ରିଦିଙ୍କୁ ପ୍ରଶ୍ନ କରାଯାଉଛି, ଆପଣ ଘରେ କେବେ ଟିଭି ଭାଙ୍ଗିଛନ୍ତି କି? ଉତ୍ତରରେ ନିଜ ସ୍ତ୍ରୀ ପାଇଁ ଥରେ ଟିଭି ଭାଙ୍ଗିଥିବା ଆଫ୍ରିଦି ସ୍ବୀକାର କରିଥିଲେ। ଆଫ୍ରିଦିଙ୍କ କହିବା ଅନୁଯାୟୀ ଭାରତୀୟ ଟିଭି ଚ୍ୟାନେଲଗୁଡ଼ିକରେ ଆସୁଥିବା କାର୍ଯ୍ୟକ୍ରମ ପିଲାମାନଙ୍କ ସହ ମିଶି ନ ଦେଖିବା ପାଇଁ ତାଙ୍କ ପତ୍ନୀଙ୍କୁ କହିଥିଲେ। ମାତ୍ର ଷ୍ଟାର ପ୍ଲସର ଏକ କାର୍ଯ୍ୟକ୍ରମ ଦେଖି ତାଙ୍କ ଝିଅ ଅନୁକରଣ କରି ‘ଆରତି’ କରୁଥିବା ଦେଖିବା ପରେ ସେ ଟିଭି ଭାଙ୍ଗିଦେଇଥିଲେ। ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତର ନିକଟରେ କହିଥିଲେ ଦାନିଶ କାନେରିଆ ହିନ୍ଦୁ ହୋଇଥିବାରୁ ଦଳ ଭିତରେ ଭେଦଭାବର ଶିକାର ହେଉଥିଲେ। ଏହାପରେ ଆଫ୍ରିଦିଙ୍କ ଏହି ଭିଡିଓ ଭାଇରାଲ ହେଉଛି, ଯାହା ଅଖତରଙ୍କ କଥାକୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର