‘ଛୁଆ ଉପରେ ଖାଲି ମା’ର ଅଧିକାର ନାହିଁ’ ଶିଖର-ଆୟେଶା ମୁଖାର୍ଜ୍ଜୀଙ୍କ ମାମଲାରେ ଏଭଳି କହିଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଭାରତୀୟ କ୍ରିକେଟ୍ ଟିମର ବାମହାତୀ ଓପନର୍ ଶିଖର ଧାୱନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜ୍ଜୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | କୋର୍ଟ ଆୟେସା ଧାୱନଙ୍କୁ ସେମାନଙ୍କର ୯ ବର୍ଷର ଶିଶୁ ପୁତ୍ରକୁ ପରିବାରକୁ ଭେଟାଇବାକୁ ଭାରତକୁ ଆଣିବାକୁ କହିଛନ୍ତି। ଉଲ୍ଲେଖ ଥାଉ କି ଧାୱନ ଦମ୍ପତି ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି ଓ ଛାଡପତ୍ର ଏବଂ ଶିଶୁର ସୁରକ୍ଷାକୁ ନେଇ ଉଭୟଙ୍କ ମଧ୍ୟରେ ଆଇନଗତ ଲଢେଇ ଚାଲିଛି। ଆୟେସା ତାଙ୍କ ପୁଅ ସହିତ ଅଷ୍ଟ୍ରେଲିଆରେ ରହୁଥିବାବେଳେ ଶିଖରଙ୍କ ପରିବାର ଶିଶୁକୁ ଭେଟିବାକୁ ବାରମ୍ବାର କହିଆସୁଛନ୍ତି | କିନ୍ତୁ ପରିବାରକୁ ଭେଟାଇନଦେବାକୁ ଆୟେସା ଧାୱନଙ୍କ ଆପତ୍ତି ଉପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ଶିଖର ଧାୱନଙ୍କ ପରିବାର ଅଗଷ୍ଟ ୨୦୨୦ ପରଠାରୁ ପିଲାକୁ ଭେଟିନାହାଁନ୍ତି। ପିଲା ଉପରେ କେବଳ ମା’ଙ୍କର ଅଧିକାର ନାହିଁ।

ଶିଖର ଧାୱନ ଜଣେ ଭଲ ପିତା ହୋଇଥିବାବେଳେ ଆୟେସା ତାଙ୍କ ଛୁଆକୁ କାହିଁକି ଭେଟିବାକୁ ଦେଉନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି | କୋର୍ଟ କହିଛନ୍ତି ଯେ ଶିଖର ଧାୱନ କେବଳ ତାଙ୍କ ପିଲାକୁ ଭେଟିବାକୁ ଚାହୁଁଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆୟେସା ଛୁଆକୁ ଆଣି ଭାରତ ଆସନ୍ତୁ ଓ ଶିଖରଙ୍କୁ ଭେଟିବାକୁ ଦିଅନ୍ତୁ | ଜୁନ୍ ୨୮ରେ ଧାୱନଙ୍କ ପରିବାରକୁ ଶିଶୁକୁ ଭେଟିବାକୁ ଦିଆଯାଉ | ଯଦି କୌଣସି କାରଣରୁ ଆୟେସା ଧାୱନଙ୍କ ପାଇଁ ଏହା ସମ୍ଭବ ନୁହେଁ, ତେବେ ସେ ଏହି ନିର୍ଦ୍ଦେଶର ୭୨ ଘଣ୍ଟା ମଧ୍ୟରେ ନିଜର ଅସୁବିଧା ପ୍ରକାଶ କରିପାରନ୍ତି। ଏପରି ପରିସ୍ଥିତିରେ ଶିଖର ଧାୱନ ପିଲାଟିକୁ ଅଷ୍ଟ୍ରେଲିଆରୁ ଆଣିବେ ଏପରି ବ୍ୟବସ୍ଥା କରିବେ ଯେ ପିଲାଟି ଯେଭଳି ୨୭ ଜୁନରେ ଭାରତକୁ ଆସି ୪ ଜୁଲାଇରେ ଅଷ୍ଟ୍ରେଲିଆକୁ ଫେରିଯାଇପାରିବ | ପିଲାଟିର ଯାତ୍ରା ଖର୍ଚ୍ଚ ଶିଖର ଧାୱନ ବହନ କରିବେ।

ଉଲ୍ଲେଖଯୋଗ୍ୟ, ଶିଖର ଧୱନଙ୍କ ପୁଅ ଜୋରାବର୍ ବର୍ତ୍ତମାନ ତାଙ୍କ ମା’ ଆୟେଶାଙ୍କ ସହ ଅଷ୍ଟ୍ରେଲିଆରେ ରହୁଛନ୍ତି। ଶିଖର ଧୱନ ଏବଂ ଆୟେଶା ପରସ୍ପରକୁ ଛାଡ଼ପତ୍ର ଦେଇଥିବା ବେଳେ ଏବେ ଜୋରାବର ତାଙ୍କ ମା’ ଆୟେଶାଙ୍କ ସହ ଅଷ୍ଟ୍ରେଲିଆରେ ରହୁଛନ୍ତି।

ସମ୍ବନ୍ଧିତ ଖବର