ଭାରତୀୟ କ୍ରିକେଟର୍‌ଙ୍କ ଡାଡି ଡ୍ୟୁଟି

କାନବେରା: ଫଳାଫଳ ଯାହା ରହୁ ପଛେ ଭାରତୀୟ କ୍ରିକେଟରମାନେ ଅଷ୍ଟ୍ରେଲିଆ ଗସ୍ତକୁ ଢେର ଉପଭୋଗ କରୁଛନ୍ତି। ସୀମିତ ଓଭର ଖେଳାଳିମାନେ ଦିନିକିଆ ଶୃଙ୍ଖଳା ପରାଜୟ କାରଣରୁ ଚାପରେ ଥିବା ବେଳେ ଟେଷ୍ଟ୍ ବିଶେଷଜ୍ଞମାନେ ପରିବାର ସହ ମଧ୍ୟ ସମୟ କାଟୁଛନ୍ତି। ୩ ଟେଷ୍ଟ୍ ଖେଳାଳି ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା ଏବଂ ରବିଚନ୍ଦ୍ରନ ଅଶ୍ବିନ୍‌ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଏକ ଫଟୋରେ ନିଜ ନିଜ ‘ଡାଡି ଡ୍ୟୁଟି’କୁ ସୁଚାରୁରୂପେ ତୁଲାଉଥିବା ନଜରକୁ ଆସିଛନ୍ତି।

ସିଡନିରେ ନିଜ ପିଲାଙ୍କୁ ବୁଲାଉଥିବାର ଏକ ମିଳିତ ଫଟୋ ଦେଖିବାକୁ ମିଳିଛି। ପତ୍ନୀମାନଙ୍କୁ ପିଲାଙ୍କ ଦାୟିତ୍ବଠାରୁ ଦୂରେଇ ରଖି ଅଭ୍ୟାସ ପରେ ହାଲକା ମୁହୂର୍ତ ବିତାଉଛନ୍ତି। ଏହି ୩ କ୍ରିକେଟର୍‌ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳାରେ ଭାଗନେବେ। ଆଡିଲେଡ୍‌ରେ ଦିବାରାତ୍ର ଟେଷ୍ଟରୁ ୪ ମ୍ୟାଚ୍‌ ଶୃଙ୍ଖଳା ଆରମ୍ଭ ହେବ। ପ୍ରଥମ ଟେଷ୍ଟ୍ ପରେ ବିରାଟ କୋହଲିଙ୍କୁ ପିତୃତ୍ବ ଅବକାଶ ମିଳିଥିବାରୁ ସେ ଭାରତ ଫେରିଆସିବେ ଏବଂ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ବ ନେବେ।

ସମ୍ବନ୍ଧିତ ଖବର