ଦେବେନ୍ଦ୍ର ଭାରତୀୟ ଅସିଚାଳନା ବିଶ୍ବକପ୍‌ ଦଳର ପ୍ରବନ୍ଧକ

କଟକ: ଓଡ଼ିଶା ଅସୀଚାଳନା ସ˚ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ବିଶ୍ବକପ୍‌ ପାଇଁ ଭାରତୀୟ ଦଳର ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଏହି ବିଶ୍ବକପ୍‌ ଜର୍ଜିଆରେ ଜାନୁଆରି ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ବକପ୍‌ରେ କେବଳ ସବ୍‌ରି ବିଭାଗରେ ପ୍ରତିଦ୍ବନ୍ଦ୍ବିତା ଚାଲିବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଅଲମ୍ପିଆନ୍‌ ଭବାନୀ ଦେବୀ ମଧ୍ୟ ସ୍ଥାନ ପାଇଛନ୍ତି। ମହିଳା ଦଳରେ ଭବାନୀଙ୍କ ବ୍ୟତୀତ ଖ୍ରୀଷ୍ଟି ଜୋସ୍‌, ଭି ସନି ଅଳକା, କେ ଅନିତା ସ୍ଥାନ ପାଇଛନ୍ତି। ସେହିପରି ପୁରୁଷ ଦଳରେ କେପି ଗିସୋନିଧି, କରଣ ସି˚ହ, ପ୍ରିନ୍ସ ଓ ଅଭୟ ସିନ୍ଦେ ରହିଛନ୍ତି। ସାଗର ସୁରେଶ ଲାଗୁ ଓ କରୁଣାକରଣ କାରୋଲିନ୍‌ ସାନ୍ଧିଆ ପ୍ରଶିକ୍ଷକ, ଡାକ୍ତର ସିଲ୍‌କି ଯାଦବ ଫିଜିଓଥେରାପିଷ୍ଟ ଭାବେ ନିଯୁକ୍ତ ହୋଇଛନ୍ତି। ଉତ୍ତରାଖଣ୍ତର ରୁଦ୍ରପୁରରେ ଅନୁଷ୍ଠିତ ୩୧ତମ ଜାତୀୟ ଅସୀଚାଳନା ପ୍ରତିଯୋଗିତାର ପ୍ରଦର୍ଶନକୁ ଭିତ୍ତିକରି ପୁରୁଷ ଓ ମହିଳା ଦଳ ଚୟନ କରାଯାଇଥିବା ଭାରତୀୟ ଅସୀଚାଳନା ମହାସ˚ଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର