ପୂର୍ବାଞ୍ଚଳ ରୋଲ୍ ବଲ୍: ଓଡ଼ିଶା ବିଜେତା

ଭୁବନେଶ୍ବର: ଖୋର୍ଦ୍ଧାର କୋ‌ହେନ୍‌ ଅନ୍ତର୍ଜାତୀୟ ସ୍କୁଲ୍ ପରିସରରେ ଶନିବାର ଅନୁଷ୍ଠିତ ପ୍ରଥମ ପୂର୍ବାଞ୍ଚଳ ରୋଲ୍ ବଲ୍ ପ୍ରତିଯୋଗିତା (୧୧ ବର୍ଷରୁ କମ୍‌)ରେ ଓଡ଼ିଶା ଦଳ ଐତିହାସିକ ସଫଳତା ପାଇଛି। କୌଣସି ବର୍ଗର ଜାତୀୟ ସ୍ତରର ରୋଲ୍ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ଟ୍ରଫି ହାସଲ କରିଛି। ବାଳକ ଦଳ କଷ୍ଟସାଧ୍ୟ ଫାଇନାଲ୍‌ରେ ୪-୩ ଗୋଲ୍‌ରେ ଆସାମକୁ ପରାସ୍ତ କରିଥିଲା। ଆସାମ୍ ପ୍ରଥମ ରନର୍ସ ଏବଂ ସିକ୍କିମ ଦ୍ବିତୀୟ ରନର୍ସ ହୋଇଥିଲା। ବାଳିକା ବିଭାଗରେ ଓଡ଼ିଶା ଦଳ ଫାଇନାଲ୍‌ରେ ୦-୨ରେ ଆସାମଠାରୁ ହାରିଯାଇଥିଲା। ଓଡ଼ିଶା ପ୍ରଥମ ରନର୍ସ ହୋଇଥିଲା। ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ଏହି ପ୍ରତ‌ିଯୋଗିତାକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ‌ଶୈ‌ଳେନ୍ଦ୍ର ଜେନା ଉଦ୍‌ଘାଟନ କରିଥିଲେ। କୋ‌ହେନ୍ ଅନ୍ତର୍ଜାତୀୟ ସ୍କୁଲ୍‌ର ଉପାଧ୍ୟକ୍ଷ ବିକାଶ ବାହିନିପତି, ସମ୍ପାଦକ ଜନ୍ମେଜୟ ମଣ୍ଡଳ, କ୍ରୀଡ଼ା ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ହରେଶ ମିଶ୍ର, ଓଡ଼ିଶା ସ୍କେଟିଂ ଏକାଡେମିର ସହ ପ୍ରତିଷ୍ଠାତା ସୌଦାମିନୀ ପାତ୍ର, ପୁରୀ ଜିଲ୍ଲା ରୋଲ୍ ବଲ୍‌ ସଂଘ ସମ୍ପାଦକ ପ୍ରଦୀପ୍ତ ମିଶ୍ର ଏବଂ ଓଡ଼ିଶା ରୋଲ୍ ବଲ୍ ସଂଘ ସମ୍ପାଦକ ପାର୍ଥ ସାରଥି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶା ବାଳିକା ଦଳ: ଅଶ୍ଲେଷା ପଣ୍ଡା, ବାଗ୍ମୀ ପ୍ରଧାନ, ଭାବ୍ୟା ଈଶାନା ରାଉତ, ଅନୁଷ୍କା ମହାପାତ୍ରୋ, ଗୀତିକା ଗୀତିମୟା, ଅନୁଷ୍କା ପେକଲ, କମଲ କ୍ରିଷ୍ଣା, ଇଞ୍ଜିନା ଦିବ୍ୟାଞ୍ଜଳି, ସାଇ ଶୃତି ସେନାପତି, ଅନୁଷ୍କା ପ୍ରିୟଦର୍ଶିନୀ, ବାଂଶିକା ଗୁରୁ, ଏମି ଟୋପ୍ପୋ। ଓଡ଼ିଶା ବାଳକ ଦଳ: ପ୍ରତୀକ ଅର୍ଣ୍ଣବ ଜେନା, ଶ୍ରୀୟାଂଶ ଶ୍ରେୟାଂଶ, କିରଟ କୁମାର ନାୟକ, ଅଂଶୁମାନ ପାତ୍ର, ଯଜ୍ଞେଶ ସଚିଦାନନ୍ଦନ, ଅର୍ମାନ ସୁବୁଦ୍ଧି, ବୀରନ ଦାସ, ସୂର୍ଯ୍ୟ ପ୍ରତ୍ୟୁଷ ନାୟକ, କମଲେଶ ସାହୁ, ସାଇ ଶ୍ରେୟାଂଶୁ ରାଉତ, ନିର୍ମଳ ତ୍ରିପାଠୀ।

ସମ୍ବନ୍ଧିତ ଖବର