ସନ୍ତୋଷଙ୍କ ଶତକ, ତେଲେଙ୍ଗାନାକୁ ହରାଇଲା ଓଡ଼ିଶା

ଫେଡେରେସନ୍‌ କପ୍‌ ନେଟବଲ୍‌ କ୍ରିକେଟ

କଟକ : ଜଗତପୁରସ୍ଥିତ ନିମପୁର ପଡ଼ିଆରେ ସପ୍ତମ ଫେଡେରେସନ୍‌ କପ୍‌ ନେଟବଲ୍‌ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିନ ଓଡ଼ିଶା ୧୬୫ ରନ୍‌ରେ ତେଲେଙ୍ଗାନାକୁ ହରାଇଛି। ପ୍ରଥମେ ବ୍ୟାଟି˚ କରିଥିବା ଓଡ଼ିଶା ସନ୍ତୋଷ ରାଉତଙ୍କ ଶତକ ବଳରେ ୩ ଵିକେଟ ବିନିମୟରେ ୨୪୮ ରନ୍‌ କରିଥିଲା। ସନ୍ତୋଷ ୪୦ ବଲ୍‌ରୁ ୧୦୫ ଓ ସନ୍ତୋଷ ସେଠୀ ୬୭ ରନ୍‌ କରିଥିଲେ। ୨୪୯ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରି ତେଲେଙ୍ଗାନା ମାତ୍ର ୮୩ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ପତିତପାବନ ପତି ୩ ଵିକେଟ ପାଇଥିଲେ। ଏଥିପୂର୍ବରୁ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ୭ ଵିକେଟରେ ଆନ୍ଧ୍ରପ୍ରଦେଶକୁ ହରାଇଥିଲା। ଆନ୍ଧ୍ରପ୍ରଦେଶ ୧୦୪ ରନ୍‌ କରିଥିଲା ବେଳେ ମୁମ୍ବାଇ ଏହାକୁ ୩ ଵିକେଟ ବିନିମୟରେ ହାସଲ କରିଥିଲା। ବିଜୟୀ ଦଳର ହର୍ଷ ମାହେର୍ତ୍ତା ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ ହୋଇଥିଲେ। ପୂର୍ବାହ୍ନରେ ରଘୁପତି ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ˚ଘ ସମ୍ପାଦକ ବ୍ରଜକିଶୋର ଦାସ, ମୁମ୍ବାଇ ସ˚ଘର ସମ୍ପାଦକ ସନ୍ତୋଷ ମିଶ୍ର, କାର୍ଯ୍ୟକାରୀ ସମ୍ପାଦକ ମହେଶ ମଲ୍ଲ, ବିଶ୍ବର˚ଜନ ମିଶ୍ର, ଅମୀୟ ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର