ହୋଲ୍‌ ଇନ୍‌ ୱାନ୍‌ରୁ ଗଲ୍‌ଫ ଋତୁ ଆରମ୍ଭ

ଭୁବନେଶ୍ବର : ଭୁବନେଶ୍ବର ଗଲ୍‌ଫ କୋର୍ସ (ବିଜିସି)ରେ ୩ ଦିନିଆ ହୋଲ୍‌ ଇନ୍‌ ୱାନ୍‌ ପ୍ରତିଯୋଗିତା ସହ ଓଡ଼ିଶାରେ ଗଲ୍‌ଫ ଋତୁ ଆରମ୍ଭ ହୋଇଛି। ଫେବ୍ରୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ହକି କିଂବଦନ୍ତି ଦିଲୀପ ତିର୍କି ଶ୍ରେଷ୍ଠ ଗ୍ରସ୍‌ ସହ ଅଭିଯାନ ଆରମ୍ଭ କରିଛନ୍ତି। ୧୯ରୁ ୨୩ ପୁରୁଷଙ୍କ ବର୍ଗରେ ଖେଳିଥିବା ଅଗ୍ରଣୀ ମହିଳା ଗଲଫର୍‌ ଲଖି ସ୍ବାଇଁ ଶ୍ରେଷ୍ଠ ହୋଲ୍‌ ଇନ୍‌ ୱାନ୍‌ ଗଲଫର ଭାବେ ସ୍ବତନ୍ତ୍ର ପୁରସ୍କାର ଲାଭ କରିଛନ୍ତି। ୦-୧୮ ହ୍ୟାଣ୍ଡିକ୍ୟାପ୍‌ ଗ୍ରୁପ୍‌ରେ ଚିରନ୍ତନ ବର୍ମା, ଅନିଲ ମଲ୍ଲିକ ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଥିଲେ। ୧୯-୨୩ ବର୍ଗରେ ଦେବେଶ ସିହ୍ନା ଓ ସବ୍ୟସାଚୀ ପଟ୍ଟନାୟକ ଶ୍ରେଷ୍ଠ ଦୁଇ ସମ୍ମାନ ଲାଭ କରିଥିଲେ। ମହିଳା ବର୍ଗରେ ହର୍ଷଦୀପ କ‌ଉର୍‌ ଓ ମାନସୀ ମହାପାତ୍ର ଯଥାକ୍ରମେ ବିଜୟିନୀ ଓ ଉପବିଜୟିନୀ ହୋଇଥିଲେ। ବରିଷ୍ଠ ବର୍ଗରେ ରାଜେନ୍ଦ୍ର ନାଥ ମିଶ୍ର ବିଜେତା ଓ କ୍ଷୀରୋଦ ଚନ୍ଦ୍ର ମିଶ୍ର ଉପବିଜେତା ସମ୍ମାନ ଲାଭ କରିଥିଲେ।

ସମ୍ବନ୍ଧିତ ଖବର