କୋହଲିଙ୍କୁ ଟପିଲେ ଗପ୍ଟିଲ

ପୁରୁଷ ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ ସ୍କୋରର୍‌

ରାଞ୍ଚି: ନ୍ୟୁଜିଲାଣ୍ଡ୍‌ଓପ୍‌ନର ମାର୍ଟିନ୍‌ ଗପ୍ଟିଲ ଶୁକ୍ରବାର ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ଅବସରରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍‌ରେ ୩୧ ରନ୍‌ କରିଥିବା ଗପ୍ଟିଲ ପୁରୁଷ ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ ସ୍କୋରର୍‌ ହୋଇଛନ୍ତି। ଏକ୍ଷେତ୍ରରେ ସେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କୀର୍ତ୍ତିମାନକୁ ଟପି ଯାଇଛନ୍ତି।

ଏହି ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଅତିକ୍ରମ କରିବା ପାଇଁ ଗପ୍ଟିଲଙ୍କୁ ୧୧ ରନ୍‌ ଦରକାର ଥିଲା। ତେବେ ଗପ୍ଟିଲ ୧୫ ବଲ୍‌ରୁ ୩ ଚୌକା ଓ ୨ ଛକା ବଳରେ ୩୧ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ କୋହଲିଙ୍କୁ ପଛରେ ପକାଇ ଦେଇଥିଲେ। କୋହଲିଙ୍କ ରନ୍‌ ସଂଖ୍ୟା ୩୨୨୭ ରହିଥିଲା ବେଳେ ଗପ୍ଟିଲଙ୍କ ମୋଟ ରନ୍‌ ୩୨୪୮ରେ ପହଞ୍ଚିଯାଇଛି। ଗପ୍ଟିଲ ଓ କେହଲିଙ୍କ ପଛକୁ ଏବେ ଭାରତୀୟ ଅଧିନାୟକ ରୋହିତ ଶର୍ମା (୩୧୪୧) ରହିଛନ୍ତି। ଫଳରେ ରୋହିତ ଏବେ କୋହଲିଙ୍କଠୁ ୮୬ ଏବଂ ଗପ୍ଟିଲଙ୍କଠୁ ୧୦୭ ରନ୍‌ ପଛରେ ରହିଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୨୬୦୮) ଏବଂ ଆୟର୍ଲାଣ୍ଡ୍‌ର ପଲ୍‌ ଷ୍ଟିର୍ଲିଂ (୨୫୭୦) ଏହି ତାଲିକାର ଶୀର୍ଷ-୫ରେ ରହିଛନ୍ତି।

ସମ୍ବନ୍ଧିତ ଖବର