ରୋହିତ କାମକୁ ନୁହନ୍ତି; ବିଶ୍ବ ଟେଷ୍ଟ ଚମ୍ପିୟନସିପରେ ଭାରତର ପ୍ରଦର୍ଶନକୁ ଦେଖି ଏଭଳି କହିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ରୋହିତ କାମକୁ ନୁହନ୍ତି। ବିଶ୍ବ ଟେଷ୍ଟ ଚମ୍ପିୟନସିପରେ ଭାରତର ପ୍ରଦର୍ଶନକୁ ଦେଖି ଏଭଳି କହିଲେ ଅଭିନେତା  ହର୍ଷବର୍ଦ୍ଧନ କପୁର। ଅନିଲ କପୁରଙ୍କ ପୁଅ ଅଭିନେତା ହର୍ଷବର୍ଦ୍ଧନ କପୁର ଏକ ଟୁଇଟ୍ କରି ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିବା ବେଳେ ଟିମ୍ ଇଣ୍ଡିଆ ବ୍ୟାକଫୁଟକୁ ଆସିଛି। ପ୍ରଥମ ଦିନର ଖେଳ ଶେଷରେ ଅଷ୍ଟ୍ରେଲିଆ ୩ୱିକେଟରେ ୩୨୭ରନ୍ ସଂଗ୍ରହ କରିଥିବା ବେଳେ ରୋହିତଙ୍କ ଅଧିନାୟକତ୍ୱ ଅତ୍ୟନ୍ତ ପ୍ରଭାବହୀନ ଥିଲା। କେବଳ ଏତିକି ନୁହେଁ, ଅଶ୍ୱିନ ପ୍ଲେଇଂ-୧୧ରେ ଖେଳୁ ନଥିବାରୁ ପ୍ରଶଂସକମାନେ ବିରକ୍ତି ପ୍ରକାଶ କରିଥିଲେ।

ବର୍ତ୍ତମାନ ଅନିଲ କପୁରଙ୍କ ପୁଅ ଅଭିନେତା ହର୍ଷବର୍ଦ୍ଧନ କପୁର ଟ୍ୱିଟ କରି ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିନେତା ହର୍ଷବର୍ଦ୍ଧନ କପୁର ଟ୍ୱିଟ କରି ଲେଖିଛନ୍ତି, ‘ବିରାଟ କୋହଲି ଆଉ ଟେଷ୍ଟ ଦଳର ଅଧିନାୟକ ନୁହଁନ୍ତି ଏହା ଏକ ବହୁତ ବଡ଼ ଦୁଃଖଦ ଘଟଣା। ତାଙ୍କ ବିନା ଖେଳାଳିଙ୍କ ମନରେ ଜିତିବାର ଭୋକ ଦେଖାଯାଉନାହିଁ। ସବୁ ଖେଳାଳି ନିଷ୍କ୍ରିୟ ମନେ ହେଉଛନ୍ତି। ଖରାପ ଦଳ ଚୟନ କରାଯାଇଛି। ଅଶ୍ୱିନଙ୍କୁ ଖେଳିବାର ଥିଲା। ଏହା ସହିତ ଆଘାତ କାରଣରୁ ବୁମରା ନଖେଳିବା ଦଳ ପାଇଁ ବଡ଼ ଝଟକା।

ସମ୍ବନ୍ଧିତ ଖବର