ନେହେରାଙ୍କ ଅନୁରୋଧ ରଖିଲେ ଉଚ୍ଚ ନ୍ୟାୟାଳୟ

କୋଟ୍‌ଲା ଷ୍ଟାଡିୟମ୍‌ କର୍ପୋରେଟ୍‌ ବକ୍ସରେ ବସିବେ ପରିବାର ଲୋକ

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ଭାରତୀୟ କ୍ରିକେଟର୍‌ ଆଶିଷ ନେହେରାଙ୍କ ଅନୁରୋଧରେ ମୋହର ଲଗାଇଛନ୍ତି। ନେହେରା ନଭେମ୍ବର ୧ ତାରିଖରେ ଫିରୋଜସାହା କୋଟ୍‌ଲା ଷ୍ଟାଡିୟମରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ। ପରିବାର ଏବଂ ସାଙ୍ଗସାଥୀ ଏହି ମ୍ୟାଚ୍‌କୁ ଦେଖିବା ଲାଗି ନେହେରା କର୍ପୋରେଟ୍‌ ବକ୍ସର ଆରକ୍ଷଣ ଲାଗି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଅନୁରୋଧ କରିଥିଲେ। ନ୍ୟାୟଧୀଶ ଏସ୍‌ ରବୀନ୍ଦ୍ର ଭଟ୍ଟ ଏବଂ ସଂଜୀବ ସଚ୍‌ଦେବଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ବିଚାର କରି ତାଙ୍କ ଅନୁରୋଧକୁ ମଞ୍ଜୁରି ଦେଇଥିଲେ। ନେହେରାଙ୍କ ପାଇଁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍‌ ସଂଘର ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ପ୍ରଶାସକ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ବିକ୍ରମଜିତ୍‌ ସେନ୍‌ ଏହି ଅନୁରୋଧ କରିଥିଲେ। ଏହାକୁ ନ୍ୟାୟାଳୟ ମଞ୍ଜୁରି ଦେବା ସହ କ୍ରିକେଟ୍‌ ସଂଘର କର୍ମଚାରୀ, ଚୟନକର୍ତା, ପ୍ରଶିକ୍ଷକ, ମ୍ୟାଚ୍‌ ଭାଷ୍ୟକାର ଏବଂ ସଂଘ ସହ ଜଡ଼ିତ କ୍ରୀଡ଼ାବିତ୍‌ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ସୌଜନ୍ୟମୂଳକ ପାସ୍‌ (ମୋଟ ୩୦୮) ପ୍ରଦାନ କରିବାକୁ ମଧ୍ୟ ଅନୁମତି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର