ସେମିରେ ଦେବଦତ୍ତ-କିଷନ, ସ୍ନେହମୟ-ୟୁନୁସ

ଆର୍‌ଏନ୍‌ ସି˚ହଦେଓ ସ୍ମାରକୀ ରାଜ୍ୟ ଓପନ୍‌ ଟିଟି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟେବୁଲ ଟେନିସ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ଆରଏନ୍‌ ସି˚ହଦେଓ ରାଜ୍ୟ ଓପନ୍‌ ଟେବୁଲ ଟେନିସ (ଟିଟି) ପ୍ରତିଯୋଗିତାର ମଙ୍ଗଳବାର କ୍ବାର୍ଟର୍‌ ଫାଇନାଲ୍‌ ପର୍ଯ୍ୟାୟ ଶେଷ ହୋଇଛି। ମନୋହରପୁରସ୍ଥିତ ରିଜର୍ଭ ପୁଲିସ ଇଣ୍ଡୋର ହଲ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ୍‌ ଏବଂ ସେମିଫାଇନାଲ୍ ମ୍ୟାଚ୍‌ ଖେଳାଯିବ।
କ୍ୟାଡେଟ୍‌ ବାଳକ ଏକକ ସେମିଫାଇନାଲରେ ଭୁବନେଶ୍ବରର ଅନିନ୍ଦ୍ୟ ଅନୁପମ ସାହୁ ଓ ଅନିମେଷ ସାହୁ ଏବଂ କଟକର ଜିଜ୍ଞାସୁ ସାହୁ ଓ ଭୁବନେଶ୍ବରର ଅର୍ଚ୍ଚିତ ବେହେରାଙ୍କ ମଧ୍ୟରେ ମୁକାବିଲା ହେବ। କ୍ୟାଡେଟ୍‌ ବାଳିକା ଏକକରେ ରାଉଣ୍ତ ରବିନ ଲିଗ୍‌ ଦ୍ବାରା ଫଳାଫଳ ନିର୍ଣ୍ଣୟ କରାଯିବ। ଭୁବନେଶ୍ବରର ସେଣ୍ଟ ଜାଭିଏର୍ସ ସ୍କୁଲର ଶ୍ବେତପଦ୍ମା ଦଳାଇ ଓ କଟକର ସ୍ବସ୍ତିକା ଅଦାବର ଟ୍ରଫି ଦୌଡ଼ରେ ରହିଛନ୍ତି। ପୁରୁଷ ଏକକ ସେମିଫାଇନାଲରେ ପୁରୁଖା ଖେଳାଳି ଏଜି ଓଡ଼ିଶାର ଡି ଦେବଦତ୍ତ ମହାନ୍ତି-ଭୁବନେଶ୍ବରର କିଷନ ପୃଷ୍ଟି ଏବ˚ ଏଜି ଓଡ଼ିଶାର ସ୍ନେହମୟ ମଲ୍ଲିକ-କଟକର ମହମ୍ମଦ ୟୁନୁସଙ୍କ ମଧ୍ୟରେ ମୁକାବିଲା ହେବ। କନିଷ୍ଠ ବାଳକ ଏକକ ସେମିଫାଇନାଲରେ କଟକର ସାହିଲ ସୁମନ ଭୂୟାଁ ଓ ଆର୍ଯ୍ୟ ଏସ୍‌ ମହାପ୍ରସସ୍ଥ ଏବଂ କଟକର ମୋହିତ ବେହୁରାୟ ଓ ଭୁବନେଶ୍ବରର କିଷନ ପୃଷ୍ଟିଙ୍କ ମଧ୍ୟରେ ମୁକାବିଲା ହେବ। କନିଷ୍ଠ ବାଳିକା ଏକକରେ ଖୋର୍ଦ୍ଧା ଜିଲ୍ଲା ଖେଳାଳିମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପ୍ରଥମ ସେମିଫାଇନାଲରେ ଖୋର୍ଦ୍ଧାର ପାୟଲ ପାଣି ଓ ୟୋସିତା ଜମୁଲା ଏବଂ ଦ୍ବିତୀୟରେ ଖୋର୍ଦ୍ଧାର ସୁଶ୍ରୀ ପଟ୍ଟନାୟକଙ୍କ ମୁକାବିଲା ଭୁବନେଶ୍ବରର ସେଣ୍ଟ ଜାଭିଏର୍ସ ସ୍କୁଲର ଶ୍ବେତପଦ୍ମା ଦଳାଇଙ୍କ ସହ ହେବ।।

ସମ୍ବନ୍ଧିତ ଖବର