ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଦିନିକିଆ: ଅଧିନାୟକ ଓ୍ଵିଲିୟମସନ୍‌ ଆଉଟ, ନ୍ୟୁଜିଲାଣ୍ଡ ୩/୧୭୫

କାନପୁର: ଭାରତର ୩ୟ ଶିକାର ହୋଇଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌(୬୪)। ୨୮.୪ ଓଭରେ ୧୬୮ ରନ୍‌ ପରେ ଓ୍ଵିଲିୟମସନ୍‌ ବୋଲର ଯୁଜବେନ୍ଦ୍ର ଚହଲଙ୍କ ବଲ ଖେଳିବାକୁ ଯାଇ ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ପୂର୍ବରୁ ନ୍ୟୁଜିଲାଣ୍ଡ ୧୫୩ ରନ୍‌ରେ ୨ୟ ଓ୍ଵିକେଟ(୨୪.୨ଓଭର)ରେ ହରାଇଥିଲା। କୋଲିନ ମୋନରୁ(୭୫)ଙ୍କୁ ଯୁଜବେନ୍ଦ୍ର ଚହର ବୋଲ୍‌ଡ କରିଥିଲେ।

୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ୨ୟ ପାଳି ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୫.୧ ଓଭରରେ ୪୪ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଛି। ଭାରତର ଯଶପ୍ରିତ ବୁମରାଙ୍କ ୫୦ତମ ଦିନିକିଆ ଶିକାର ହୋଇଥିଲେ ନ୍ୟୁଜିଲାଣ୍ଡର ଓପନ୍‌ର ମାର୍ଟିନ ଗୁପଟିଲ୍‌। ଗୁପଟିଲ୍‌ ୧୪ଟି ବଲ ଖେଳି ୧୦ ରନ୍‌ ସଂଗ୍ରହ କରିବା ପରେ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ ଦେଇଥିଲେ। ୭ଓଭରରେ ନ୍ୟୁଜିଲାଣ୍ଡ ଗୋଟିଏ ଓ୍ଵିକେଟ ହରାଇ ୫୦ ରନ୍‌ ସଂଗ୍ରହ କରିଛି। ରିପୋର୍ଟ ଲେଖାଯିବା ବେଳକୁ ନ୍ୟୁଜିଲାଣ୍ଡ ୩୦ ଓଭର ଖେଳ ସମାପ୍ତି ପରେ ୧୭୫ ରନ୍‌ ସଂଗ୍ରହ କରିଛି।

ପ୍ରଥମ ପାଳିରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୧୧୩) ଓ ଓପନର୍‌ ରୋହିତ ଶର୍ମା(୧୪୭)ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହାରଇ ପ୍ରଥମ ପାଳିରେ ୩୩୭ ରନ୍‌ ସଂଗ୍ରହ କରିଛି। ରବିବାର କୋହଲି କ୍ୟାରିୟରର ୩୨ତମ ଶତକ ହାସଲ କରିଥିବା ବେଳେ ରୋହିତ କ୍ୟାରିୟରର ୧୫ତମ ଶତକ ହାସଲ କରିଛନ୍ତି। ୨୦୧୭ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ୍‌ ପୂରା କରିଥିବା ବେଳେ କୋହଲି ୯୦୦୦ ରନ୍‌ ପୂରା କରିଛନ୍ତିି। ରୋହିତ ୧୭୨ତମ ଦିନିକିଆ ଖେଳିଥିବା ବେଳେ କୋହଲିଙ୍କ ଏହା ହେଉଛି ୨୦୨ ତମ ମ୍ୟାଚ। କେଦାର ଯାଧବ ୧୮ ରନ୍‌ ସଂଗ୍ରହ କରି ଇନିଂସର ଶେଷ ବଲରେ ଆଦାମ ମିଲେନଙ୍କ ବଲ ମାର୍ଟିନ ଗୁପଟିଲକୁ କ୍ୟାଚ ଦେଇଥିବା ବେଳେ ଦିନେଶ କାର୍ତ୍ତିକ(୪) ଅପରାଜିତି ହୋଇ ପାଭଲିୟନକୁ ଫେରିଥିଲେ।

ସମ୍ବନ୍ଧିତ ଖବର