ଅନ୍ତଃମହାବିଦ୍ୟାଳୟ ହକି: ନିଶ୍ୱାସ ବିଜେତା

କଟକ: ରଘୁନାଥଜୀଉ କଲେକ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରୁଷ ଅନ୍ତଃମହାବିଦ୍ୟାଳୟ ହକି ପ୍ରତିଯୋଗିତା ବିଡ଼ାନାସୀ ଖେଳ ପଡିଆରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୫ ଦଳ ଅଂଶଗ୍ରହଣ କରିଥିଲେ। ମଙ୍ଗଳବାର ଫାଇନାଲ ମ୍ୟାଚ୍‌ ଭୁବନେଶ୍ୱରର ନିଶ୍ୱାସ ମହାବିଦ୍ୟାଳୟ ଓ ରଘୁନାଥଜୀଉ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା। ନିଶ୍ୱାସ ମହାବିଦ୍ୟାଳୟ ୩-୦ ଗୋଲ୍‌ରେ ରଘୁନାଥଜୀଉ ମହାବିଦ୍ୟାଳୟକୁ ପରାସ୍ତ କରି ବିଜେତା ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ନିଶ୍ୱାସ କଲେଜ ଉପାଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମଲ୍ଲିକ ମୁଖ୍ୟ ଅତଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଘୁନାଥଜୀଉ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଦାସ ଉପସ୍ଥିତ ଥିବା ବେଳେ କ୍ରୀଡାଶିକ୍ଷକ ଧର୍ମେନ୍ଦ୍ର ନାଥ ମହାନ୍ତି ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର