କ୍ରିକେଟ୍‌ରୁ ଅବସର ନେବା ପରେ ରାଜନୀତିରେ ଗୌତମ ଗମ୍ଭୀର?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ତାରକା ଗୌତମ ଗମ୍ଭୀର ରାଜନୀତିରେ ସାମିଲ୍‌ ହେବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି କି ଏହା ଏକ ଗୁଜବ ଛଡ଼ା ଆଉ କିଛି ନୁହେଁ। କ୍ରିକେଟ୍‌ରୁ ସନ୍ୟାସ ନେବା ପରେ ଏହି ବ୍ୟାଟ୍‌ସମ୍ୟାନ୍‌ ଜଣକ କହିଛନ୍ତି କି ରାଜନୀତିରେ ପ୍ରବେଶ କରିବାର ଏବେ ତାଙ୍କର କୌଣସି ଲକ୍ଷ୍ୟ ନାହିଁ।

ତେବେ, ୩୭ ବର୍ଷିଅ ଏହି ଖେଳାଳି ଜଣକ ରାଜନୀତିରେ ଆସିବା କଥାକୁ ସିଧାସିଧି ଭାବେ ଗୁଜବ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ ଏକଥା ବି କହିଛନ୍ତି କି ଏପରି ଏକ ଗୁଜବ କିଏ ପ୍ରଚାର କରିଛି ତାହା ବି ସେ ଜାଣନ୍ତି ନାହିଁ।

ନିକଟରେ ଗମ୍ଭୀର କ୍ରିକେଟ୍‌ରୁ ଅବସର ନେବା ପରେ ସେ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ବେଶ୍‌ ଚର୍ଚ୍ଚା ହୋଇଥିଲା। ମାତ୍ର ଏହା ଏକ ମିଥ୍ୟା ବୋଲି କହିବା ସହ ଯଦି ସୁଯୋଗ ମିଳେ ତେବେ ସେ ଦେଶ ସେବା ନିଶ୍ଚୟ କରିବେ ବୋଲି ଗଣମାଧ୍ୟମରେ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଟିମ୍‌ ଇଣ୍ଡିଆର ଉଜ୍ୱଳତମ ତାରକା ଗମ୍ଭୀର ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ମଧ୍ୟବର୍ତ୍ତୀ ଫିରୋଜଶାହ ଫୌଟଲା ପଡ଼ିଆରେ ଚାଲିଥିବା ରଣଜୀ ମୁକାବିଲାରେ ଶତକ କରିବା ସହ କ୍ରିକେଟ୍‌ରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର