ଅଗସ୍ତ୍ୟ ସହ କ୍ରୁନାଲଙ୍କ ମସ୍ତି

ମୁମ୍ବାଇ : ଚଳିତ ଆଇପିଏଲ୍ ବେଳେ ଦଳୀୟ ଜୈବ ବଳୟ ଭିତରକୁ ନିଜ ପତ୍ନୀ ଓ ପରିବାରବର୍ଗଙ୍କୁ ଆଣିବାକୁ ବିସିସିଆଇ ଖେଳାଳିମାନଙ୍କୁ ଅନୁମତି ପ୍ରଦାନ କରିଛି। ଫଳରେ ଖାଲି ସମୟରେ ସେମାନେ ନିଜ ପରିବାରବର୍ଗଙ୍କ ସହ ସମୟ କଟାଇ ଚାପ ଦୂର କରୁଛନ୍ତି। ରବିବାର ପାଣ୍ଡ୍ୟା ଭାଇ କ୍ରୁନାଲ ଓ ହାର୍ଦିକ ନିଜ ପରିବାର ସହ ସୁଇମିଂ ପୁଲ୍‌ରେ ମସ୍ତି କରିଥିଲେ। ବିଶେଷ କରି ସାନ ଭାଇ ହାର୍ଦିକଙ୍କ ପୁଅ ଅଗସ୍ତ୍ୟ ସହ କ୍ରୁନାଲ କରୁଥିବା ଜଳକ୍ରୀଡ଼ାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା। ଏଥିରେ ଅଗସ୍ତ୍ୟ କ୍ରୁନାଲଙ୍କ କୋଳରେ ଥାଇ ନିଜ ପିତା ହାର୍ଦିକଙ୍କୁ ଦେଖି ହସୁଥିବା ଦେଖିବାକୁ ମିଳୁଛି। ଫଟୋଟିରେ ଅବଶ୍ୟ ହାର୍ଦିକ ନାହାନ୍ତି। ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋକୁ ଛାଡ଼ି ‌‘ଦେଖ ଡାଡି ପାଣ୍ଡ୍ୟାଙ୍କୁ ଦେଖି ହସୁଥିଲା ବେଳେ ଅଗସ୍ତ୍ୟ କାହା ଦଳରେ ଅଛି’ ଭଳି କୌତୁକିଆ କ୍ୟାପସନ୍ କ୍ରୁନାଲ ଲେଖିଥିଲେ।

ସମ୍ବନ୍ଧିତ ଖବର