ଜାତୀୟ ଉପକନିଷ୍ଠ ଭଲିବଲ୍‌ ପାଇଁ ଓଡ଼ିଶା ଦଳ

କଟକ: ରାଜସ୍ଥାନର ଚିରଓ୍ଵାଠାରେ ଆସନ୍ତା ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ୪୦ତମ ଜାତୀୟ ଉପକନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ବାଳକ ଓ ବାଳିକା ଦଳ ଘୋଷିତ ହୋଇଛି। ବାଳିକା ଦଳ ପାଇଁ ଆର୍‌ ନନ୍ଦ ମୁଖ୍ୟ ପ୍ରଶିକ୍ଷକ ଓ ଏସ୍‌ଏସ୍‌ ପଣ୍ଡା ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ବାଳକ ଦଳରେ ବିଏନ୍‌ ଦାଶ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ରହିବେ। ଭୁବନେଶ୍ୱରର କିଟ୍‌ଠାରେ ଆୟୋଜିତ ଚୟନ ଶିବିରରୁ ଏହି ଖେଳାଳିମାନଙ୍କୁ ବଛାଯାଇଥିବା ଓଡ଼ିଶା ଭଲିବଲ୍‌ ସଂଘର ସମ୍ପାଦକ ପ୍ରଦୀପ ମହାନ୍ତି ଜଣାଇଛନ୍ତି।
ବାଳକ ଦଳ: ସମୀର ରଂଜନ ପାଲ୍‌, ଭରତ ପୂଜାରୀ, ଧନଞ୍ଜୟ ପାଙ୍ଗି, ଦୀନବନ୍ଧୁ ନାହାକ, ବିବେକ ସାହୁ, ପି ଗାନ୍ଧୀଚନ୍ଦ୍ର ରେଡ୍ଡୀ, ମହେଶ ପଣ୍ଡା, ବିନୟ କୁମାର ମଲ୍ଲିକ, ରାଜୁ ପଟ୍ଟନାୟକ, ନୟନ ସିଂହ, ପି ଦୀନେଶ ଚନ୍ଦ୍ର ରେଡ୍ଡୀ, ଏସ୍‌ ଖରା।

ବାଳିକା ଦଳ: କୌଶଲ୍ୟା ମାଝୀ, ତ୍ରିମଣୀ ଜୋଢିଆ, ସରସ୍ୱତୀ ଜୋଢିଆ, ଆଶା ମୁଣ୍ଡାରୀ, ରିଙ୍କି କିର୍ସାନୀ, ଜଲି ସିଂହ, ପାୟଲ, ବି ଅନିଶା, ପୂଜା କବାସି, ମାମାଲି ନାଗ, ଶ୍ରୟତା ମଣ୍ଡଳ, ସୁକାନ୍ତି ମାଡ଼କାମୀ।

ସମ୍ବନ୍ଧିତ ଖବର