ଜାତୀୟ ପାରା ଦୌଡ଼କୁଦ: ଓଡ଼ିଶାକୁ ୩ ପଦକ

ଜୟନ୍ତୀ, ରଶ୍ମିରଂଜନଙ୍କୁ ସ୍ବର୍ଣ୍ଣ: ପଙ୍କଜ ଜିତିଲେ କାଂସ୍ୟ

ଭୁବନେଶ୍ବର: କଳିଙ୍ଗ ଓ କିଟ୍‌ ଷ୍ଟାଡିୟମରେ ଚାଲିଥିବା ୨୦ତମ ଜାତୀୟ ପାରା ଦୌଡ଼କୁଦରେ ମଙ୍ଗଳବାର ଓଡ଼ିଶାକୁ ୩ (୨ ସ୍ବର୍ଣ୍ଣ, ୧ କାଂସ୍ୟ) ପଦକ ମିଳିଛି। ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍‌ ପଙ୍କଜ ଭୂଏ ରାଜ୍ୟ ପାଇଁ ପ୍ରଥମ ପଦକ ଜିତିଥିଲେ। ପୁରୁଷ ୧୦୦ ମିଟର ଟି-୧୩ ବର୍ଗରେ ପଙ୍କଜ (୧୨.୧୭ ସେକେଣ୍ଡ) ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ। ଏହାପରେ ପାରା ଦୌଡ଼ ରାଣୀ ଜୟନ୍ତୀ ବେହେରା ରାଜ୍ୟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଟି-୪୭ ୧୦୦ ମିଟ‌ର ରେସ୍‌କୁ ଜୟନ୍ତୀ ୧୨.୯୨ ସେକେଣ୍ଡ ସମୟରେ ଶେଷ କରି ଏହି ପଦକ ଜିତିଥିଲେ। ସେହିପରି ୧୦୦ ମିଟର ଟି-୪୪ରେ ରଶ୍ମିରଂଜନ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଥିଲେ। ସେ ୧୨.୬୪ ସେକେଣ୍ଡ ସମୟରେ ରେସ୍‌ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର