ଜାତୀୟ ଟେନିସ୍‌ କ୍ରିକେଟ୍‌, ବେଙ୍ଗଲକୁ ହରାଇ ଓଡ଼ିଶା କ୍ବାର୍ଟରରେ

ଭୁବନେଶ୍ବର: ଚଳିତ ପଞ୍ଚମ ଜାତୀୟ ଟେନିସ୍ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ ଶନିବାର ପଡ଼ୋଶୀ ବେଙ୍ଗଲକୁ ୩ ୱିକେଟ୍‌ରେ ହରାଇ କ୍ବାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛି। ‌ଓଡ଼ିଶା ୮ ଓଭରରେ ୭ ୱିକେଟ୍ ହରାଇ ୬୧ ରନ୍‌ କରିଥିଲା। ଜବାବରେ ବେଙ୍ଗଲ୍‌ ୫୬ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ କରିଥିବା ଓଡ଼ିଶାର ରମାକାନ୍ତ ସିଂହ (୨୫ ରନ୍‌ ଓ ୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ରବିବାର କ୍ବାର୍ଟରଫାଇନାଲରେ ମହାରା‌ଷ୍ଟ୍ରକୁ‌‌ ଭେଟିବ।

ଅନ୍ୟ ପ୍ରି-କ୍ବାର୍ଟରଫାଇନାଲ୍ ଗୁଡିକରେ ମଧ୍ୟପ୍ରଦେଶ ୭୯ ରନ୍‌ରେ ବିଦର୍ଭକୁ, ଛତିଶଗଡ଼ ୭ ୱିକେଟ୍‌ରେ ଗୋଆକୁ, ମହାରାଷ୍ଟ୍ର ୪୪ ରନ୍‌ରେ ହରିୟାଣାକୁ, ଝାଡ଼ଖଣ୍ଡ ୧୮ ରନ୍‌ରେ ପୁଦୁଚେରୀକୁ, ଗୁଜରାଟ ୭ ୱିକେଟ୍‌ରେ ତାମିଲନାଡୁକୁ, ଡାମନ୍‌ ୬ ରନ୍‌ରେ ଲାକ୍ଷାଦ୍ବୀପକୁ, କେରଳ ୮ ୱିକେଟ୍‌ରେ ମୁମ୍ବାଇକୁ ପରାସ୍ତ କରି ଶୀର୍ଷ ୮ରେ ପହଞ୍ଚିଛନ୍ତି। ମହିଳା ବିଭାଗ ଫାଇନାଲରେ ଗୋଆ-ମହାରାଷ୍ଟ୍ର ମୁକାବିଲା ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର