ଭୁବନେଶ୍ୱର: ନବମ ନିରୋଜ ସ୍ମାରକୀ ଓସ୍କାର୍ କପ୍ କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ପାରାମାଉଣ୍ଟ୍ ୧୨୫ ରନ୍ରେ କଳିଙ୍ଗ ସ୍ପୋର୍ଟିଂକୁ ପରାସ୍ତ କରିଛି। ପାରାମାଉଣ୍ଟ୍ ଦଳ ୨ ଓ୍ଵିକେଟ୍ ହରାଇ ୧୯୧ ରନ୍ କରିଥିଲା। ଅଂଶୁମାନ ସାହୁ (୯୪ ରନ୍, ୪୪ ବଲ୍) ଏବଂ ଏମ୍ ଜ୍ଞାନେନ୍ଦ୍ର (୫୭ ରନ୍, ୩୧ ବଲ୍) ଅର୍ଧଶତକ ହାସଲ କରିଥିଲେ। ଜବାବରେ କଳିଙ୍ଗ ଦଳ ୧୬ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ମାତ୍ର ୬୬ ରନ୍ କରିଥିଲା। ଅଂଶୁାମନ ସାହୁ ମ୍ୟାଚ୍ର ଶ୍ରେଷ୍ଠ ଖଳାଳି ପୁରସ୍କାର ପାଇଥିଲେ। ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ସରୋଜ ସାମଲ, କିଶୋର ତରାଇ, ଊମାକାନ୍ତ ସାମନ୍ତାରାୟ ଏବଂ କର୍ପୋରେଟର ନିହାର ରଂଜନ ସାହୁ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଉତ୍ସବକୁ ମୁଖ୍ୟ ପ୍ରଶିକ୍ଷକ ମନୋଜ କୁମାର ମହାରଣା ପରିଚାଳନା କରିଥିଲେ।