ରଣଜୀ ଟ୍ରଫି, ପରାଜୟ ଆଶଙ୍କାରେ ଓଡ଼ିଶା

ଅଧା ଖେଳାଳି ଆଉଟ୍‌, ଜିତିବାକୁ ଦରକାର ୧୦୪ ରନ୍‌

କଟକ: ପ୍ରଥମରୁ ସହଜସାଧ୍ୟ ଲାଗୁଥିବା ମ୍ୟାଚ୍‌ ଏବେ ଓଡ଼ିଶା ପାଇଁ ପରାଜୟ ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି। ତୃତୀୟ ଦିନରେ ତ୍ରିପୁରାକୁ ହାଲ୍‌କା ଭାବେ ନେଇଥିବା ଓଡ଼ିଶା ଖେଳାଳିମାନେ ଏବେ ମ୍ୟାଚ୍‌ ବଞ୍ଚାଇବାକୁ ସ˚ଘର୍ଷ କରୁଛନ୍ତି। ୨୧୫ ରନ୍‌ର ପିଛା କରୁଥିବା ଓଡ଼ିଶା ତୃତୀୟ ଦିନ ସୁଦ୍ଧା ୧୧୧ ରନ୍‌ କରିଥିଲା ବେଳେ ଅଧା ଖେଳାଳିଙ୍କୁ ହରାଇସାରିଛି। ଵିକେଟ୍‌ ବଞ୍ଚାଇବା ଓ ତୃତୀୟ ଦିନରେ ଅଧିକରୁ ଅଧିକ ରନ୍‌ ସ˚ଗ୍ରହ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ନାଇଟ୍‌ ଵାଚମ୍ୟାନ୍‌ ଭାବେ ପଠାଯାଇଥିଲେ ବି ଏହି ରଣନୀତି ମଧ୍ୟ ଫେଲ୍‌ ମାରିଥିଲା। ଶୁଭ୍ରା˚ଶୁ ସେନାପତି (୪୩*) ଓ ଅଭିଷେକ ରାଉତ (୨୦*) ବର୍ତ୍ତମାନ କ୍ରିଜ୍‌ରେ ରହିଥିଲା ବେଳେ ଏବେ ମାତ୍ର ଗୋଟିଏ ଦିନ ହାତରେ ରହିଛି। ଏମାନଙ୍କ ପରେ ସୁଜିତ ଲେଙ୍କା ଏକମାତ୍ର ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ରହିଥିବାରୁ ଅପରାଜିତ ଯୋଡ଼ି ଉପରେ ଦଳ ସବୁ ଆଶା ରଖିଛି। ପୂର୍ବରୁ ଦ୍ବିତୀୟ ଦିନରେ ୫ ଵିକେଟ୍‌ ହରାଇ ଚାପରେ ଥିବା ତ୍ରିପୁରା ତୃତୀୟ ଦିନ ସକାଳୁ ଓଡ଼ିଶା ବୋଲରଙ୍କୁ ନିର୍ଧୁମ୍‌ ଧୁଲେଇ କରିଥିଲା। ୬୦ତମ ଓଭରରେ ରାଜେଶ ମହାନ୍ତି ଦଳକୁ ପ୍ରତ୍ୟୁଷ ସି˚ହ (୩୨)ଙ୍କ ରୂପରେ ଷଷ୍ଠ ସଫଳତା ଦେଇଥିଲେ। ପରେପରେ ରାଣା ଦତ୍ତ (୨୯)ଙ୍କୁ ଦେବବ୍ରତ ପ୍ରଧାନ ବୋଲ୍ଡ କରିଥିଲେ। କିନ୍ତୁ ମଣିଶଙ୍କର ମୁରାସି˚ହ (୭୫) ଓ ହରମିତ୍‌ ସି˚ହ (୪୨) ଓଡ଼ିଶା ବୋଲରଙ୍କ ଚିନ୍ତା ବଢାଇଥିଲେ। ଅଷ୍ଟମ ଵିକେଟ୍‌ରେ ଉଭୟ ୮୪ ରନ୍‌ ଯୋଡ଼ିଥିଲେ। ବସନ୍ତ ମହାନ୍ତି ଏହି ଯୋଡ଼ି ଭାଙ୍ଗିବା ସହ ବଳକା ସବୁ ଵିକେଟ୍‌କୁ ଅକ୍ତିଆର କରିଥିଲେ। ତ୍ରିପୁରା ୩୦୪ ରନ୍‌ରେ ସୀମିତ ରହିବାରୁ ଓଡ଼ିଶା ସମ୍ମୁଖରେ ୨୧୫ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବିଜୟ ଲକ୍ଷ୍ୟ ନେଇ ଆସିଥିବା ଓଡ଼ିଶା ଆରମ୍ଭରୁ ଝଟ୍‌କା ପାଇଥିଲା। ଅନୁରାଗ ଷଡଙ୍ଗୀ ୩ ଓ ଗୋବିନ୍ଦ ପୋଦ୍ଦାର ଖାତା ଖୋଲିବା ଆଗରୁ ପାଭିଲିଅନ୍‌ ଫେରିଥିଲେ। ରାଜେଶ ଧୂପର (୩୭) ଓ ଶୁଭ୍ରା˚ଶୁ ସେନାପତି ତୃତୀୟ ଵିକେଟରେ ୫୧ ରନ୍‌ର ଭାଗୀଦାରି କରିଥିଲେ ବି ଏହା ବେଶି ସମୟ ତିଷ୍ଠିନଥିଲା। ସେହିପରି ବିପ୍ଲବ ସାମନ୍ତରାୟ (୩) କିଛି ଖାସ୍‌ କରିପାରିନଥିଲା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ତରବରିଆ ଭାବେ ନିଜ ଵିକେଟ୍‌ ହରାଇଥିଲେ। ବର୍ତ୍ତମାନ ଶୁଭ୍ରା˚ଶୁଙ୍କ ସହ ଅଭିଷେକ ଏକ ନିର୍ଭରଯୋଗ୍ୟ ପାଳି ଖେଳୁଛନ୍ତି। ମୁରାସି˚ହ ଏହି ପାଳିରେ ୪ ଵିକେଟ୍‌ ଦଖଲ କରିସାରିଲେଣି। ଶେଷ ଦିନରେ ପ୍ରଥମ ଦୁଇଘଣ୍ଟାକୁ ଯଦି ଓଡ଼ିଶା ବ୍ୟାଟ୍ସମ୍ୟାନ ଜଗିପାରନ୍ତି, ତାହେଲେ ମ୍ୟାଚ୍‌ ଘରୋଇ ଦଳ ସପକ୍ଷରେ ଯିବା ସମ୍ଭାବନା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର