ମହିଳା ଟ୍ବେଣ୍ଟି-୨୦ ଓ ବିନୁମଙ୍ଗଡ଼ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ, ମାଧୁରୀ ଓ ସାଇଦୀପଙ୍କୁ ନେତୃତ୍ବ

କଟକ : ଅକ୍ଟୋବର ୭ ତାରିଖରୁ ପୁନେରେ ଆରମ୍ଭ ହେଉଥିବା ୧୯ ବର୍ଷରୁ କମ୍‌ ଦିନିକିଆ ପ୍ରତିଯୋଗିତା ବିନୁ ମଙ୍କଡ଼ ଟ୍ରଫି ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ସାଇଦୀପ ମହାପାତ୍ରଙ୍କ ନେତୃତ୍ବରେ ଘୋଷିତ ଏହି ଦଳ ୭ ତାରିଖରେ ମେଘାଳୟ ସହ ପ୍ରଥମ ମ୍ୟାଚ୍‌ ଖେଳିବ। ଏହାପରେ ୮ ତାରିଖରେ ବିଦର୍ଭ, ୧୦ରେ ରାଜସ୍ଥାନ, ୧୨ ରେ ତ୍ରିପୁରା ଓ ୧୪ରେ ଗୋଆକୁ ଭେଟିବ।

ସେହିପରି ବେଙ୍ଗାଲୁରୁରେ ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେଉଥିବା ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ପାଇଁ ମଧ୍ୟ ଓଡ଼ିଶା ଦଳର ଘୋଷଣା କରାଯାଇଛି। ମାଧୁରୀ ମେହେଟ୍ଟାଙ୍କୁ ଅଧିନାୟିକା ନିଯୁକ୍ତ କରାଯାଇଥିଲା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଉପଅଧିନାୟିକା ଦାୟିତ୍ବ ଦିଆଯାଇଛି। ଦଳ ୧୧ ତାରିଖରେ ଆନ୍ଧ୍ରପ୍ରଦେଶ, ୧୨ରେ ନାଗାଲାଣ୍ଡ, ୧୪ରେ ହାଇଦ୍ରାବାଦ, ୧୬ରେ ମେଘାଳୟ, ୧୮ରେ ଉତ୍ତରପ୍ରଦେଶ, ୨୦ରେ ତ୍ରିପୁରା ଏବଂ ୨୨ରେ ମିଜୋରାମ ବିପକ୍ଷରେ ଖେଳିବାକୁ ସୂଚୀ ପ୍ରସ୍ତୁତ ହୋଇଛି। ଖେଳାଳିମାନଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରାଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ବିନୁମଙ୍କଡ଼ ଟ୍ରଫି ଦଳ: ସାଇଦୀପ ମହାପାତ୍ର (ଅଧିନାୟକ), ପ୍ରିନ୍ସ ସାକେତ ବେହେରା, ଶ୍ରେଷ୍ଠ ସିଂହ, ଏସ୍‌. ଇଝାରୁଦ୍ଦିନ୍‌, ଶ୍ରେୟାଂଶ ଭରଦ୍ବାଜ, ଅଂଶୁମାନ ସାହୁ, ଦିବ୍ୟଜ୍ୟୋତି ପଟ୍ଟନାୟକ, ସ୍ବୟଂ ରାଉତରାୟ, ରୀତେଶ ପ୍ରିୟରଂଜନ, ଆୟୂଷ ବାରିକ, ସ୍ବରୂପ ଭୂୟାଁ, ଶୁଭମ୍‌ ସିଂହ, ସାଇ ପ୍ରସାଦ ପଟ୍ଟନାୟକ, ଆଦିତ୍ୟ ଜୟସିଂହ, ଆକାଶ‌ ଶେଖ।

ମହିଳା ଟ୍ବେଣ୍ଟି-୨୦ ଦଳ: ମାଧୁରୀ ମେହେଟ୍ଟା (ଅଧିନାୟିକା), ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରଜ୍ଞାପାରମିତା ମହାନ୍ତି, ରଶ୍ମିତା ଚିହ୍ନାରା, କାଜଲ‌ ଜେନା, ସରିତା ମେହେର, ଶୁଭ୍ରନିର୍ଝରିଣୀ ସ୍ବାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ରସନାରା ପରବିନ୍‌, ସୁଜାତା ମଲ୍ଲିକ, ରାମେଶ୍ବରୀ ନାୟକ, ଶିଳ୍ପା ସ୍ବାଇଁ, ଇନ୍ଦ୍ରାଣୀ ଛତ୍ରିଆ, ଲକ୍ଷ୍ମୀପ୍ରିୟା ନାୟକ, ବନଲତା ମଲ୍ଲିକ, ରିମାଲକ୍ଷ୍ମୀ ଏକ୍କା।

ସମ୍ବନ୍ଧିତ ଖବର