ଓଡ଼ିଶା ଟେନିସ୍‌ କ୍ରିକେଟ୍‌ ଦଳର ରାଜସ୍ଥାନ ଗସ୍ତ

ଭୁବନେଶ୍ୱର: ଅଗଷ୍ଟ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଆଜମେରଠାରେ ଖେଳାଯିବାକୁ ଥିବା ତୃତୀୟ ବରିଷ୍ଠ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଲାଗି ଓଡ଼ିଶା ଦଳ ଗସ୍ତ କରିଛି। ବିଭିନ୍ନ ଜିଲ୍ଲାରୁ ମନୋନୀତ ଖେଳାଳିଙ୍କୁ ନେଇ ନହରକଣ୍ଟାସ୍ଥିତ ଜୟଦେବ କଲେଜ ପଡ଼ିଆରେ ଜୁଲାଇ ୧୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏକ ଶିବିର ଶେଷରେ ୧୬ ଜଣଙ୍କୁ ଚୂଡାନ୍ତ ଦଳରେ ନିଆଯାଇଛି। ଖେଳାଳିଙ୍କୁ ଟେନିସ୍‌ କ୍ରିକେଟ୍‌ ଇଣ୍ଡିଆର ବୈଷୟିକ ଅଧ୍ୟକ୍ଷ ତଥା ପୂର୍ବାଞ୍ଚଳ ନିର୍ଦେଶକ ରିଣ୍ଟୁ ମିତ୍ର, ରାଜ୍ୟ ସଂଘ ସଭାପତି ଅବିନାଶ ସାହୁ, ଉପ ସଭାପତି ତଥା ପ୍ରଶିକ୍ଷକ ମହମ୍ମଦ ଆଜାମ, ଉପସଭାପତି ରାଜେନ୍ଦ୍ର ମହାରଣା, ଦେବବ୍ରତ ସାହୁ, ଯୁଗ୍ମ ସମ୍ପାଦକ ଶୋଭେନ୍ଦ୍ର ମହାରଣା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଦଳ: ଦୀପକ କୁମାର ମଲ୍ଲିକ (ଅଧିନାୟକ), ଅମରେନ୍ଦ୍ର ଚନ୍ଦ୍ର ଦାସ (ଉପ ଅଧିନାୟକ), ଗଣେଶ ସେଠୀ, ଉମାକାନ୍ତ ବେହେରା, ବଦ୍ରିନାରାୟଣ ପାତ୍ର, ସୁଧାଂଶୁ ଜେନା, ଏମ୍‌ ରାଜା ରାଓ, ସୁମନ୍ତ ସେଠୀ, ମନୁ ରାଉତ, ସୁଧୀର ସୋନା, ଅମିତ ଜୁହୋ, ଗୌରବ ରାଉତ, ଦୀପକ ପରିଡ଼ା, ଅମରେଶ ଜେନା, ମିର୍ଜା ଇସ୍‌ଲାମ ବେଗ୍‌, ମହମ୍ମଦ ଓ୍ଵାସିଫ୍‌, ରୋହିମଣି, ସ୍ମୃତି ଚନ୍ଦନ ଦାସ, ପ୍ରଶାନ୍ତ ଖୁଣ୍ଟିଆ, ସଂଜୟ କୁମାର ପରିଡ଼ା, ସମୀର ବାରିକ। ବାସୁଦେବ ଓଝାର (ପ୍ରବଂଧକ), ସୁଧାକର ମୁଦୁଲି (ଟିସିଏଆଇ ଅଧିକାରୀ)।

ସମ୍ବନ୍ଧିତ ଖବର