ହକି ଇଣ୍ଡିଆ ପ୍ରଶିକ୍ଷକ ଓ ମ୍ୟାଚ୍‌ ଅଧିକାରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷା କର୍ମଶାଳା

ନୂଆଦିଲ୍ଲୀ: ଚଳିତ ମାସରେ ହକି ଇଣ୍ଡିଆର ପ୍ରଶିକ୍ଷକ, ମ୍ୟାଚ୍‌ ଅଧିକାରୀ ଓ ଅମ୍ପ‌ାୟାରମାନଙ୍କ ପାଇଁ ଏସୀୟ ହକି ସଂଘ (ଏଏଚ୍‌ଏଫ୍‌) ଅନ୍‌ଲାଇନ୍‌ ଶିକ୍ଷା କର୍ମଶାଳା ଆୟୋଜନ କରିବ। ତିନିଟି ଭର୍ଚୁଆଲ ଶିକ୍ଷା କର୍ମଶାଳା ଚଳିତ ମାସ ୧୯, ୨୦ ଓ ୨୭ ତାରିଖରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ।

ଯାହାକି ସେମାନଙ୍କ ଭବିଷ୍ୟତ ପାଇଁ ସହାୟକ ହେବ। ଗତ ୧୧ ମାସ ଧରି ପ୍ରତି ୩୦ ଦିନରେ ଥରେ ଏଭଳି କର୍ମଶାଳା ସଫଳତାର ସହ ଏଏଚ୍‌ଏଫ୍‌ ଆୟୋଜନ କରିଚାଲିଛି। ସେହି ଦୃଷ୍ଟିରୁ ଚଳିତ ମାସରେ ଆୟୋଜିତ କର୍ମଶାଳାରେ ୧୨ରୁ ୩୦ ଜଣ (ପ୍ରଶିକ୍ଷକ ଓ ଅମ୍ପାୟାର) ଯୋଗଦେବେ। ଏଏଚ୍‌ଏଫ୍‌ର ଅନ୍‌ଲାଇନ୍‌ ଶିକ୍ଷା କର୍ମଶାଳାରୁ ଆମ ପ୍ରଶିକ୍ଷକ, ଅମ୍ପାୟାର ଏବଂ ବୈଷୟିକ ଅଧିକାରୀମାନେ ଯଥେଷ୍ଟ ଜ୍ଞାନ ଆହରଣ କରିଛନ୍ତି। ଏଥିପାଇଁ ଏଏଚ୍‌ଏଫ୍‌କୁ ଧନ୍ୟବାଦ ଦେଇପାରିବା ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍‌ବାମ୍‌।

ସମ୍ବନ୍ଧିତ ଖବର