ମନ୍ଦିରରୁ ଦରଘା ସବୁଠି ଭାରତ ପାଇଁ ଚାଲିଛି ପ୍ରାର୍ଥନା

ପ୍ରୟାଗରାଜ: ମାଞ୍ଚେଷ୍ଟରରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ | ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ବିରାଟ ବାହିନୀ ସଂଘର୍ଷ କରିବ | ତେବେ ଏହାକୁ ନେଇ ଭାରତୀୟ ଫ୍ୟାନମାନେ ଉତ୍ସାହିତ ହୋଇପଡିଛନ୍ତି | ଉତ୍ତରପ୍ରଦେଶର ପ୍ରୟାଗରାଜରେ କିଛି କ୍ରୀଡ଼ାପ୍ରେମୀ ସଙ୍ଗମସ୍ଥଳୀରେ ପ୍ରାର୍ଥନା କରିଛନ୍ତି | ସେହିପରି ଆଉ କିଛି କ୍ରୀଡ଼ାପ୍ରେମୀ ଦରଘାରେ ଚାଦର ଚଢ଼ାଇଛନ୍ତି | ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନ ପ୍ରଦର୍ଶନରେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

PHOTO-ANI

ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ପରସ୍ପରକୁ ୭ ଥର ଭେଟିଛନ୍ତି। ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛି। ଦିନିକିଆ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ୧୦୬ ଦିନିକିଆରେ ଲଢ଼େଇ କରିଛନ୍ତି।

Photo-Ani

ସେଥିମଧ୍ୟରୁ ଭାରତ ୫୫ ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛି। ତେବେ କେବଳ ପ୍ରୟାଗରାଜ ନୁହେଁ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କ୍ରିକେଟପ୍ରେମୀ ମଧ୍ୟ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି | ଭାରତ ଇଂଲଣ୍ଡଠାରୁ ହାରିବା ପରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ପହଂଚିଛି |

ସମ୍ବନ୍ଧିତ ଖବର